fbpx

ହତ୍ୟା ଅଭିଯୁକ୍ତଙ୍କ ରକ୍ଷା କବଚ ଜଣେ କ୍ଷମତାଶାଳୀ! ସୌମ୍ୟଙ୍କ ପରିବାର ନ୍ୟାୟ ପାଇବା ନେଇ ଉଠିଲାଣି ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ପ୍ରହେଳିକା ରଚୁଛି । ତେବେ ଇତି ମଧ୍ୟରେ ପୋଲିସ ସୌମ୍ୟଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ପଚରାଉଚରା ସହ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ଜେରା କରିସାରିଛି । ସୌମ୍ୟଙ୍କ ହାତଲେଖା, ବିଦ୍ୟାଭାରତୀଙ୍କ ଚିଠିର ଖୁଲାସା ହେବା ପରେ ଏହି ଘଟଣାର ନୂଆ ନୂଆ ତଥ୍ୟ ପ୍ରଘଟ ହେଉଛି । ତେବେ ଏହି ମୃତ୍ୟୁ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିବେ, ସେମାନଙ୍କୁ ଜେରା କରାଯିବ ବୋଲିସ ଏସପି ସୂଚନା ଦେଇଛନ୍ତି ।

ଇତିମଧ୍ୟରେ ଛାତି ଥରାଇଦେବା ଭଳି ଏକ ଘଟଣା ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଛି । ସୌମ୍ୟଙ୍କ ଦେହରେ ନିଆଁ ଲାଗିବାର ୧୦ ଦିନରୁ ଅଧିକ ବିତିଯାଇଥିଲେ ସୁଦ୍ଧା ପୋଲିସ ଯେଭଳି ଭାବେ ତଦନ୍ତ କରୁଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର । କିଛି ଆଇନଜୀବୀ ମତ ଦେଇଛନ୍ତି ଯେ, ଯଦି ଏକ ମୃତ୍ୟୁ ମାମଲାରେ ଜଣେ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ଦାୟର କରାଯାଏ, ତେବେ ସେ କ୍ଷେତ୍ରରେ ଉକ୍ତ ବ୍ୟକ୍ତିଙ୍କୁ ଜେରା କରିବାର କ୍ଷମତା ପୋଲିସର ରହିଛି । ତେବେ ଆଜି ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କୁ କ’ଣ ପାଇଁ ଜେରା କରାଯାଇନାହିଁ, ସେନେଇ ପୋଲିସର ତଦନ୍ତ ନେଇ ପ୍ରଶ୍ନ ଉଠିଲାଣି ।

ସବୁଠାରୁ ବଡ଼ କଥା ହେଉଛି, ଏହି ଘଟଣା ପଛରେ ରିଙ୍ଗମାଷ୍ଟର ଜଣେ ବାହୁବଳୀ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଉକ୍ତ ରିମୋଟ୍ କଣ୍ଟ୍ରୋଲର କ୍ଷମତାଶାଳୀଙ୍କ ଖାସ୍ ଲୋକ ହେଉଛନ୍ତି ଜଣେ ଅଭିଯୁକ୍ତ । ଚୋରକୁ ସୁରକ୍ଷା ନ ଯୋଗାଇ ପାରିଲେ ହୁଏତ ଉକ୍ତ ପାୱାରଫୁଲ ପର୍ସନଙ୍କ ପାୱାରଲେସ୍ ହୋଇଯାଇପାରେ । ତେବେ ଏହି ଚର୍ଚ୍ଚା ପଛରେ କେତେ ସତ୍ୟତା ରହିଛି, ତାହା ହୁଏତ ଆଉ କିଛି ଦିନ ପରେ ଜଣାପଡ଼ିବ । ମାତ୍ର ତଦନ୍ତ ଯେଭଳି ଭାବେ ଚାଲିଛି, ତାହାକୁ ଦେଖିଲେ ଲାଗୁଛି ଉକ୍ତ ଚର୍ଚ୍ଚା ପଛରେ ନିଶ୍ଚୟ କିଛି ସତ୍ୟତା ରହିଛି । ଯଦି ଏହା ସତ ହୋଇଥାଏ, ତେବେ ସୌମ୍ୟଙ୍କ ପରିବାରଙ୍କ ନ୍ୟାୟ ପାଇବାର ଆଶା ଆଶାରେ ହିଁ ରହିଯିବ । ପୋଲିସ ପୋଲିସ ଆଗକୁ ଠିକ୍ ଭାବେ ତଦନ୍ତ କରୁ । ସୌମ୍ୟଙ୍କ ପରିବାର ନ୍ୟାୟ ପାଆନ୍ତୁ, ଏହା ହିଁ ଆମର କାମନା ।

Get real time updates directly on you device, subscribe now.