fbpx

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ପିଟିବା ସମୟ ଆସିଯାଇଛି, ବରିଷ୍ଠ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ୍, ଶୁଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ପେଗାସସ୍ ମାମଲାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ସରକାରଙ୍କୁ ସଂସଦରେ ଘେରିବାରେ ଲାଗିଛନ୍ତି । ତେବେ ଏହି ସମୟରେ ରାଜସ୍ଥାନର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ବିବାଦୀୟ ଅଡିଓ ଭାଇରାଲ୍ ହେବାରେ ଲାଗିଛି । ଉକ୍ତ ନେତା ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବିବାଦୀୟ ବୟାନ୍ ଦେଉଥିବା ଅଡିଓରୁ ସ୍ପଷ୍ଟ ହୋଇଛି ।

ଜଣାପଡ଼ିଛି ଯେ, ରାଜସ୍ଥାନର ଯୁବ କଂଗ୍ରେସ ସଭାପତି ଓ ଡୁଙ୍ଗାରପୁର ବିଧାୟକ ଗଣେଶ ଘୋଗ୍ରା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ଏପରି ବିବୃତ୍ତି ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ବିଧାୟକ ଘୋଗ୍ରା କହିଥିଲେ ଯେ, ରାଜ୍ୟର ରାଜ୍ୟପାଳ ଭାରତୀୟ ଜନତା ପାର୍ଟିର ଦଲାଲ ସାଜିଛନ୍ତି । ନୋଟବନ୍ଦୀ, ଜିଏସଟି ଓ ମୁଦ୍ରାସ୍ଫୀତି ପରି କଠିନ ସମୟରେ କଂଗ୍ରେସ ଦଳ ସାଧାରଣ ଜନତାଙ୍କ ପାଖରେ ଠିଆ ହୋଇଛି । ପେଟ୍ରୋଲ ଦାମ୍ ବୃଦ୍ଧି ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ସମସ୍ତଙ୍କୁ ପୁଣି କ୍ରୀତଦାସ ହେବାକୁ ବାଧ୍ୟ କରାଯାଉଛି । ଦେଶବାସୀଙ୍କର ବ୍ୟକ୍ତିଗତ ବାର୍ତ୍ତାଳାପକୁ ଅନ୍ୟମାନେ ଶୁଣୁଛନ୍ତି, ଏପରି ଖରାପ କାର୍ଯ୍ୟ କିଏ କରିପାରେ? ତେଣୁ ମୋଦି ଓ ଅମିତ ଶାହଙ୍କୁ ପିଟିବା ଆବଶ୍ୟକ ବୋଲି ସେ କହିଥିଲେ ।

ତେବେ ଏହା ପୂର୍ବରୁ ବହୁବାର ମୋଦିଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ବିବାଦୀୟ ବିବୃତ୍ତି ପ୍ରଦାନ କରାଯାଇଛି । ୨୦୧୭ ମସିହାରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ମୋଦିଙ୍କୁ ମୁର୍ଖ ବୋଲି ଅଭିହିତ କରିଥିଲେ । ସେହିପରି ୨୦୧୮ରେ ଥିରୁଭନନ୍ଥପୁରମ୍ ସାଂସଦ ଶଶୀ ଥରୁର କହିଥିଲେ ଯେ, ମୋଦି ହେଉଛନ୍ତି ମହାଦେବଙ୍କ ଶିବ ଲିଙ୍ଗ ଉପରେ ବସିଥିବା ଏକ ବିଛା ଭଳି । ତାଙ୍କୁ କେହି ହାତରେ କିମ୍ବା ଚପଲରେ ସ୍ପର୍ଶ କରିପାରିବେ ବୋଲି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।

Get real time updates directly on you device, subscribe now.