fbpx

Porn ଦେଖୁଥିବା ଲୋକଙ୍କୁ ଚେତାବନୀ: ପର୍ଣ୍ଣୋଗ୍ରାଫିକୁ ନେଇ ଏମିତି ବୟାନ ଦେଲେ ଧର୍ମଗୁରୁ…

ନୂଆଦିଲ୍ଲୀ: ଭାରତରେ ଏବେ ବିଭିନ୍ନ ପର୍ଣ୍ଣ ସାଇଟକୁ ବ୍ୟାନ କରାଯାଇଛି । ଏହାପରେ ବି ଅନେକ ଲୋକ ପର୍ଣ୍ଣ ପାଇଁ କିଛି ୱେବସାଇଟରେ ସର୍ଚ୍ଚ କରୁଥିବା ଜଣାଯାଇଛି । ତେବେ ଏହି ଅନଲାଇନ ପର୍ଣ୍ଣକୁ ନେଇ ଚେତାବନୀ ଦେଇଛନ୍ତି ଭାଟିକାନ ସିଟି କେଥୋଲିକ ଚର୍ଚ୍ଚର ସର୍ବୋଚ୍ଚ ଇସାଇ ଧର୍ମଗୁରୁ ପୋ ଫ୍ରାନ୍ସିସ । ଏହାସହିତ ସେ ଏକ ବଡ ଖୁଲାସା ମଧ୍ୟ କରିଛନ୍ତି । ନନ୍ ଏବଂ ପ୍ରିଷ୍ଟ(ପୁରୋହିତ) ମଧ୍ୟ ମୋବାଇଲରେ ପର୍ଣ୍ଣ ଦେଖୁଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହି କାମକୁ ନେଇ ଏକ ବଡ ଚେତାବନୀ ଦେଇଛନ୍ତି ଧର୍ମଗୁରୁ ପୋପ ଫ୍ରାନ୍ସିସ ।

ଅନଲାଇନରେ ପର୍ଣ୍ଣ ଭିଡିଓ ଦେଖିବା ଦ୍ୱାରା ମନ ବିଚଳିତ ହେବା ସହ ମନରେ ସଇତାନ ଜାଗ୍ରତ ହୋଇଥାଏ । ଏହାସହିତ ପର୍ଣ୍ଣ ଦେଖିବା ଦ୍ୱାରା ମଣିଷର ପବିତ୍ର ଆତ୍ମା ମଧ୍ୟ କମଜୋର ହୋଇଥାଏ ବୋଲି ସେ କହିଛନ୍ତି । ରୋମରେ ପାଠ ପଢୁଥିବା ପୁରୋହିତମାନଙ୍କୁ ସମ୍ବୋଧିତ କରିବା ସମୟରେ ଏନେଇ ଚେତାବନୀ ଦେଇଛନ୍ତି ପୋପ୍ ଫ୍ରାନ୍ସିସ । ଡିଜିଟାଲ ଏବଂ ସୋସିଆଲ ମିଡିଆର ବ୍ୟବହାରକୁ ନେଇ ପୋପ୍ ଫ୍ରାନ୍ସିସ କହିଛନ୍ତି ଯେ, ଏହାକୁ ବ୍ୟବହାର କରିବା ଉଚିତ । କିନ୍ତୁ ଏଥିପାଇଁ ଅତ୍ୟଧିକ ସମୟ ନଷ୍ଟ କରିବା ଅନୁଚିତ । ନନ୍ ଏବଂ ପ୍ରିଷ୍ଟ ବା ପୁରୋହିତଙ୍କ ସମେତ ଅଧିକାଂଶ ଲୋକ ଡିଜିଟାଲ ମିଡିଆରେ ପର୍ଣ୍ଣ ଦେଖୁଛନ୍ତି । ତେବେ ମୋବାଇଲର ବ୍ୟବହାର ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ପାଇଁ ହୋଇଥାଏ । ପୋପ୍ ଫ୍ରାନ୍ସିସ କହିଛନ୍ତି ଯେ, ତାଙ୍କ ପାଖରେ ଏବେ ପର୍ଯ୍ୟନ୍ତ ଗୋଟିଏ ଫୋନ ମଧ୍ୟ ନାହିଁ ।

ଜଣେ ସ୍ୱଚ୍ଛ ହୃଦୟ, ଯେଉଁଥିରେ ଜୀଜସ ବାସ କରୁଥାନ୍ତି, ସେମାନେ ପର୍ଣ୍ଣ ଦେଖନ୍ତି ନାହିଁ ବୋଲି କହିଛନ୍ତି ପୋପ୍ ଫ୍ରାନ୍ସିସ । ଏହି ପର୍ଣ୍ଣ ଦେଖିବା ଫଳରେ ମଣିଷର ମନରେ ସୈତାନ ଜାତ ହେବା ସହ ଆତ୍ମାକୁ କମଜୋର କରିଥାଏ । ତେଣୁ ମୋବାଇଲରେ ଏହା ସହିତ ଜଡିତ ରହିଥିବା ସମସ୍ତ ଜିିନଷକୁ ଡିଲିଟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଅଧିକ ସମ୍ବାଦ ଦେଖିକବା କିମ୍ବା ଗୀତ ଶୁଣିବା ଦ୍ୱାରା ମଣିଷର ମନ କାମ କରିବା ବନ୍ଦ କରି ଦେଇଥାଏ ।

Get real time updates directly on you device, subscribe now.