fbpx

ମୋଦୀ ସରକାରଙ୍କ ଏହି ଯୋଜନା ଆପଣଙ୍କୁ କରିଦେବ କୋଟିପତି: ମାତ୍ର ୧୨୫୦୦ ଟଙ୍କା ଜମା କରିବା ଉପରେ ମିଳିବ ୧ କୋଟି!

ନୂଆଦିଲ୍ଲୀ: ଯଦି ଆପଣ ନିବେଶ କରିବାକୁ କୌଣସି ସରକାରୀ ଯୋଜନା ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବରଟି ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି, ଯେଉଁଥିରେ ଆପଣ ୧ କୋଟି ଟଙ୍କାର ଫଣ୍ଡ ଜମା କରିପାରିବେ ।

ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଅନେକ ସ୍ୱତନ୍ତ୍ର ପରିଚାଳିତ ହେଉଛି, ଯେଉଁଥିରେ ଆପଣ ଟଙ୍କା ନିବେଶ କରି ଭଲ ରିଟର୍ଣ୍ଣ ପାଇପାରିବେ । ଏହି ଯୋଜନାର ନାମ ହେଉଛି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ । ଏହି ସମୟରେ ଏହା ନିବେଶର ସବୁଠାରୁ ଭଲ ଅପସନ୍ । ଆପଣ ଏହି ଯୋଜନାକୁ ଡାକଘର କିମ୍ବା ସରକାରୀ ବ୍ୟାଙ୍କରୁ ନେଇପାରିବେ ।

ଆପଣ କେବଳ ୫୦୦ ଟଙ୍କା ବିନିଯୋଗ କରିପାରିବେ
ଆପଣ ପିପିଏଫରେ କେବଳ ୫୦୦ ଟଙ୍କାରୁ ନିବେଶ କରି ଶୁଭାରମ୍ଭ କରିପାରିବେ । ଆପଣ ଏହି ଆକାଉଣ୍ଟରେ ଗୋଟିଏ ବର୍ଷରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଏବଂ ମାସକୁ ସର୍ବାଧିକ ୧୨,୫୦୦ ଟଙ୍କା ନିବେଶ କରିପାରିବେ । ଏଥିରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ । ଏହା ବ୍ୟତୀତ ସୁଧ ହାର ମଧ୍ୟ ଭଲ ରହିଛି । ପିିପିଏଫରେ ମାଚ୍ୟୁରିଟି ଅବଧି ୧୫ ବର୍ଷ ରହିଛି, କିନ୍ତୁ ଆପଣ ଏହାକୁ ୫-୫ ବର୍ଷର ଅବଧିରେ ବଢ଼ାଇପାରିବେ ।

କେତେ ମିଳିବ ସୁଧ?
କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଏବେ ନିବେଶକମାନେ ୭.୧ ପ୍ରତିଶତ ହାରରେ ସୁଧର ଫାଇଦା ଉଠାଉଛନ୍ତି । ଏହି ଯୋଜନାରେ ସରକାର ମାର୍ଚ୍ଚ ପରେ ପ୍ରତି ମାସରେ ସୁଧ ପ୍ରଦାନ କରନ୍ତି । ଏହା ବ୍ୟତୀତ ଆପଣ ନିଜ ନାମରେ କିମ୍ବା ନାବାଳିକାର ଅଭିଭାବକ ଭାବରେ ଏକ ପିପିଏଫ ଆକାଉଣ୍ଟ୍ ଖୋଲିପାରିବେ ।

ଟିକସ ଛାଡ୍
ଏହି ଯୋଜନାରେ ନିବେଶକମାନଙ୍କୁ ଟିକସ ଛାଡ଼ର ଫାଇଦା ମଧ୍ୟ ପାଇଥାନ୍ତି । ଆପଣ ସେକ୍ସନ ୮୦ସି ଅଧୀନରେ ଟିକସ ଛାଡର ଲାଭ ଉଠାଇ ପାରିବେ ।

ଯଦି ଆପଣ ଏହି ଯୋଜନାରୁ ଏକ କୋଟି ଟଙ୍କା ସଂଗ୍ରହ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ନିବେଶର ଅବଧି ୨୫ ବର୍ଷ କରିବାକୁ ପଡିବ । ସେତେବେଳକୁ ବାର୍ଷିକ ୧.୫ ଲକ୍ଷ ଟଙ୍କା ଜମା ଆଧାରରେ ୩୭,୫୦,୦୦୦ ଟଙ୍କା ଜମା ହୋଇସାରିଥିବ, ଯେଉଁଥିରେ ବାର୍ଷିକ ୭.୧ ପ୍ରତିଶତ ହାରରେ ୬୫,୫୮,୦୧୨ ଟଙ୍କା ସୁଧ ମିଳିବ । ଏହାସହ ମାଚ୍ୟୁରିଟି ପରିମାଣ ସେତେବେଳକୁ ୧,୦୩,୦୮,୦୧୨ ଟଙ୍କା ହୋଇସାରିଥିବ ।

Get real time updates directly on you device, subscribe now.