fbpx

ସ୍କୁଲ ଇଭେଣ୍ଟ ପାଇଁ କରୁଥିଲେ ପ୍ରାକ୍ଟିସ୍; ଘଟିଗଲା ଏପରି ଅଘଟଣ…

କର୍ଣ୍ଣାଟକ: କର୍ଣ୍ଣାଟକର ଚିତ୍ରଦୁର୍ଗ ଅଞ୍ଚଳରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିୁଳିଛି । ସେହି ଗ୍ରମର ଏକ ୧୨ ବର୍ଷର ଛାତ୍ର ସ୍କୁଲରେ ହେବାକୁ ଥିବା ଇଭେଣ୍ଟ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଘଟଣା ଘଟିଥିବା ଜଣା ପଡିଛି । ତେବେ ସେହି ପିଲାଟି ଘରେ ସ୍ୱାଧିନତା ସଂଗ୍ରମୀ ଭଗତସିଂଙ୍କୁ ଫାଶି ଦେବାର ସିନ୍ ପ୍ରାକ୍ଟିସ କରୁଥିବା ସମୟରେ ତାର ମୃତ୍ୟୁ ହୋଇଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁବରଣ କରିଥିବା ବାଳକର ନାମ ସଞ୍ଜୟ ଗୌଡା ହୋଇଥିବା ବାଳେ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଜଣା ପଡିଛି । ତେବେ ଘରେ କେହି ନଥିବା ସମୟରେ ସ୍କୁଲରେ ହେବାକୁ ଥିବା ଇଭେଣ୍ଟ ପାଇଁ ସଞ୍ଜୟ ପ୍ରାକ୍ଟିସ କରୁଥିଲା । ଯେଉଁଥିରେ ସେ ଭଗତସିଂଙ୍କ ଫାଶି ଦଣ୍ଡର ସିନ୍ ପ୍ରସ୍ତୁତି କରୁଥିଲା । ଏହି ସମୟରେ ସଞ୍ଜୟ ଫ୍ୟାନରେ ରଶି ଲଗାଇ ଦେଇଥିବା ଜଣା ପଡିଛି । ତେବେ ସବ ଇନକ୍ସପେଟର କେ. ଆର୍ ଗିତାମ୍ମାଙ୍କ କହିବା ଅନୁଯାୟୀ ଏହି ଘଟଣା ସମ୍ପର୍କରେ ରାତି ପ୍ରୟ ୯ଟା ସମୟରେ ଜଣା ପଡିଥିଲା । ଯେତେବେଳେ ସଞ୍ଜୟର ମା ସୌଭାଗ୍ୟଲକ୍ଷ୍ମୀ ରାତିରେ ନିଜ କାମ ସାରି ଘରକୁ ଫେରିଥିଲେ ସେତେବେଳେ ସେ ଅନେକ ସମୟ ଧରି ଘର କବାଟ ବାଡେଇଥିଲେ । କିନ୍ତୁ ଘର କବାଟ ନ ଖୋଲିବାରୁ ତାଙ୍କ ମନରେ ସନ୍ଦେହ ହୋଇଥିଲା ଏବଂ ସେ ତାଙ୍କ ପଡୋଶିଙ୍କୁ ଡାକିଥିଲେ । ଏହାପରେ ପଡୋଶି ଝରକାରେ ସଞ୍ଜୟ ଫ୍ୟାନରେ ଝୁଲୁଥିବାର ଦୃଶ୍ୟ ଦେଖିଥିଲେ । ଫଳରେ ସେ ସଙ୍ଗେ ସଙ୍ଗେ ସୌଭାଗ୍ୟଲକ୍ଷ୍ମୀଙ୍କୁ କହିବା ସହ ସଞ୍ଜୟକୁ ଉଦ୍ଧାର କରି ନିକଟସ୍ଥ ସରକାରୀ ହସ୍ପିଟାଲକୁ ନେଇଥଲେ । ଯେଉଁଠାରେ ଡାକ୍ତର ସଞ୍ଜୟକୁ ମୃତ ବୋଲି ଘୋଷଣା କରିଥିଲେ ।

ଏହି ଘଟଣାକୁ ନେଇ ସଞ୍ଜୟଙ୍କ ବାପା କହିଛନ୍ତି ଯେ ମଙ୍ଗଳବାର ଦିନ ସଞ୍ଜୟ ରାଜ୍ୟ ସ୍ତିରୀୟ ଏକ ନାଟକ ପ୍ରତିଯୋଗିତାରେ ଭାଗ ନେବାକୁ ଥିଲା । ସ୍କୁଲ ତରଫରୁ ହେବାକୁ ଥିବା ଏହି ନାଟକରେ ତାକୁ ସ୍ୱାଧୀନତା ସଂଗ୍ରାମୀ ଭଗତସିଂଙ୍କ ରୋଲ ମିଳିଥିଲା ଯାହାର ପ୍ରାକ୍ଟିସ କରୁଥିବା ବାଳେ ଏପରି ଏକ ଘଟଣା ଘଟିଯାଇଛି । ତେବେ ଏହି ୧୨ ବର୍ଷର ବାଳକ ସଞ୍ଜୟର ମୃତ୍ୟୁ ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.