fbpx

ପ୍ରଦୀପ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ସୁଚନା ଦେଲେ ଏମ୍ସ ନିର୍ଦ୍ଦେଶିକା

ଭୁବନେଶ୍ୱର, ୭/୫(ଓଡିଶା ଭାସ୍କର) : ବିରୋଧୀ ଦଳ ନେତା ପ୍ରଦୀପ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ବର୍ତ୍ତମାନ ଆଇସିୟୁ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ୪ ଜଣିଆ ଡାକ୍ତରୀ ଟିମ୍ ତଦାରଖ କରୁଛନ୍ତି । ସେଥିରେ ଏମ୍ସର ୨ ଜଣ ଡାକ୍ତର ରହିଥିବା ବେଳେ ରାଜ୍ୟ ସରକାରଙ୍କ ୨ ଡାକ୍ତର ରହିଛନ୍ତି । ଆବଶ୍ୟକ ପଡିଲେ ତାଙ୍କୁ ଭଲ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯିବ । କିନ୍ତୁ ଏ ଯାବତ୍ ସେପରି କିଛି ସ୍ଥିତି ଆସିନି । ଏନେଇ ସୁଚନା ନେଇଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳୀ ।

ସୂଚନାଯୋଗ୍ୟ ଯେ, ଗତକାଲି ପ୍ରଦୀପ୍ତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ଗତ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏପ୍ରିଲ ୨୬ରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା ।

Get real time updates directly on you device, subscribe now.