ଭୁବନେଶ୍ୱର,୩।୧୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚ EOW (ଅର୍ଥନୈତିକ ଅପରାଧ ଶାଖା )ଉଠାଇନେଇଥିବା ଜଣାପଡିଛି । ସାଇବର ଥାନାର ଏକ ମାମଲାରେ ପଚରାଉଚରା ଚାଲିଥିବା ସୂଚନା ମିଳିଛି। ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ପ୍ରଦୀପଙ୍କୁ ଜେରା ଚାଲିଛି। ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛି ଓଡିଶା କ୍ରାଇମବ୍ରାଞ୍ଚ। ତେବେ ଚାକିରୀ ଜାଲିଆତି ନେଇ ମଧ୍ୟ ପ୍ରଦୀପଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ।