fbpx

ବିଶ୍ୱ ଚେସ୍ ରାଙ୍କିଙ୍ଗରେ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଲେ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: କ୍ଲାସିକ୍ ବର୍ଗରେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲିରେନ୍ ଙ୍କୁ ପରାସ୍ତ କରି ଫିଡେ ମାନ୍ୟତାରେ ଅଭିଜ୍ଞ ବିଶ୍ବନାଥନ ଆନନ୍ଦଙ୍କୁ ପଛରେ ପକାଇ ଛନ୍ତି ଭାରତର ଚେସ୍ ଖେଳାଳି ଆର୍ ପ୍ରଜ୍ଞାନନ୍ଦ । ନେଦରଲାଣ୍ଡରେ ଚାଲିଥିବା ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ରାଉଣ୍ଡରେ ଆର୍ ପ୍ରଜ୍ଞାନନ୍ଦ ବିଶ୍ୱ ଚାମ୍ପିୟନ ତଥା ବିଶ୍ୱ ଚତୁର୍ଥ ସ୍ଥାନରେ ଥିବା ଚୀନ୍ ର ଖେଳାଳି ଡିଙ୍ଗ ଲିରେନ୍ ଙ୍କୁ ପରାସ୍ତ କରିଛନ୍ତି ।

ଏହି ବିଜୟ ସହ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ (ଫିଡେ) କ୍ଲାସିକ୍ ବର୍ଗରେ ପ୍ରଜ୍ଞାନନ୍ଦଙ୍କ ୨୭୪୮.୩ ପଏଣ୍ଟ ଥିବା ବେଳେ ୫ ଥର ବିଶ୍ବ ବିଜେତା ବିଶ୍ୱନାଥନ ଆନନ୍ଦଙ୍କ ୨୭୪୮ ପଏଣ୍ଟ ରହିଛି ।

ଏହାକୁ ମିଶାଇ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦଙ୍କ ମାନ୍ୟତା ଦୁଇ ସ୍ଥାନ ଉନ୍ନତ ହୋଇ ୧୧ ରେ ପହଞ୍ଚିଛି । ସେହିପରି ୫୪ ବର୍ଷୀୟ ବିଶ୍ୱନାଥନ ଆନନ୍ଦଙ୍କ ମାନ୍ୟତା ଗୋଟିଏ ହ୍ରାସ ପାଇ ୧୨ରେ ପହଞ୍ଚିଛି । ଏହି ବର୍ଗରେ ନରୱେର ମାଗ୍ନାସ୍ କାର୍ଲସନ (୨୮୩୦ ପଏଣ୍ଟ) ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ଫାବିଆନୋ କାରୁଆନା (୨୮୦୪ ପଏଣ୍ଟ) ରହିଛନ୍ତି ।

ରାପିଡ୍ ବର୍ଗରେ ବିଶ୍ୱନାଥନ ଆନନ୍ଦ ପଞ୍ଚମ ସ୍ଥାନରେ (୨୭୪୯ ପଏଣ୍ଟ) ରହିଛନ୍ତି। ପ୍ରଜ୍ଞାନନ୍ଦ ୨୭୦୪ ପଏଣ୍ଟ ସହ ଏହି ବର୍ଗରେ ୨୪ ତମ ସ୍ଥାନରେ ଅଛନ୍ତି । ମାଗ୍ନାସ କାର୍ଲସନ (୨୮୨୩ ପଏଣ୍ଟ) ମଧ୍ୟ ଏଠାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.