fbpx

ଚନ୍ଦ୍ରମାରେ ‘ପ୍ରଜ୍ଞାନ’ କରିବ ଯୁଦ୍ଧ! ଭାରତ ଠାରୁ ପ୍ରତିଶୋଧ ନେବାକୁ ବଡ ପ୍ଲାନ କରୁଛି ଜାପାନ

ନୂଆଦିଲ୍ଲୀ: ଚନ୍ଦ୍ରମାରେ ପହଞ୍ଚି ସେଠାକାର ତଥ୍ୟ ସଂଗ୍ରହ କରିବା ପରେ ସାରା ବିଶ୍ୱରେ ଇତିହାସ ସୃଷ୍ଟି କରିଛି ଭାରତ । ଚନ୍ଦ୍ରଯାନର ସଫଳତା ପରେ ନାସା ସମେତ ଅନେକ ଦେଶ ଏବେ ଭାରତକୁ ଇର୍ଷା କରିବାରେ ଲାଗିଛି । ଏମିତିକି ସଫଳତାର ଶିଖରରେ ପହଞ୍ଚିଥିବା ଜାପାନ ମଧ୍ୟ ଏହି ତାଲିକାରେ ରହିଛି । ଭାରତର ‘ମୁନ୍ ମିଶନ୍’କୁ ନେଇ ଜାପାନ ଚିନ୍ତାରେ ପଡ଼ିଯାଇଛି । ତେୁ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ସହ ଯୁଦ୍ଧ କରିବା ପାଇଁ ଚାଲ୍ କରୁଛି ଜାପାନ । ସେଥିପାଇଁ ଏବେଠୁ ପ୍ରସ୍ତୁତ କରୁଛି ଏଚ୍-ଆଇଆଇଏ ରକେଟ୍ । ଅଗଷ୍ଟ ୨୬ରେ ଉତକ୍ଷେପଣ ପାଇଁ ଜାପାନ କରିଥିଲା ଯୋଜନା। କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ଉତକ୍ଷେପଣ ହୋଇନାହିଁ । ତେଣୁ ଆଗକୁ ପ୍ରଜ୍ଞାନ ଏକ ବଡ଼ ବିପଦର ସାମନା କରିପାରେ ବୋଲି ଆଶଙ୍କା କରାଯାଉଛି ।

ଭାରତର ଚନ୍ଦ୍ରଯାନ ଏବେ ବିଶ୍ବରେ ଇତିହାସ ରଚିଛି । ଆଉ ଏବେ ଭାରତର ଚନ୍ଦ୍ରାୟନ ଚନ୍ଦ୍ରରେ ସଫଳ ଅବତରଣ କରିବା ପରେ ଜହ୍ନ ରାଇଜ ମିଶନ ଆରମ୍ଭ କରିଛି ଜାପାନ । ଆସନ୍ତା ବର୍ଷ ପ୍ରାରମ୍ଭରେ ବିଶ୍ୱର ପଞ୍ଚମ ଦେଶ ଭାବେ ଜାପାନ ଜହ୍ନରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଲକ୍ଷ୍ୟ ରଖିଛି । ୨୦୨୩ ମାର୍ଚ୍ଚରେ ଜାପାନ ଏଚ୍-୩ ରକେଟ୍ ଉତକ୍ଷେପଣରେ ବିଫଳ ହୋଇଥିଲା । ଖରାପ ପାଗ ପାଇଁ ୩ ଥର ଉତକ୍ଷେପଣ ଟାଳିଥିବା ବେଳେ ଆଜି ସକାଳେ ଏଚ୍-ଆଇଆଇଏ ରକେଟ୍ ମାଧ୍ୟମରେ ସ୍ମାର୍ଟ ଲ୍ୟାଣ୍ଡର ପଠାଇଛି ଜାପାନ । ଅଗଷ୍ଟ ୨୬ରେ ଏହି ରକେଟର ଉତକ୍ଷେପଣ ନେଇ ଜାପାନ ଯୋଜନା କରିଥିଲା । ହେଲେ ଉତକ୍ଷେପଣ ହେବାକୁ ଥିବା ସ୍ଥାନ ଟୋକିଓରୁ ୧ ହଜାର କିଲୋମିଟର ଦକ୍ଷିଣ-ପଶ୍ଚିମରେ ଟନେଗାଶିମ ମହାକାଶ କେନ୍ଦ୍ର ଦେଇ ଟାଇଫୁନ୍ ଯିବାରୁ ମିଶନକୁ ସ୍ଥଗିତ ରଖାଯାଇଛି ।

ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି ଅନୁସାରେ, ଲ୍ୟାଣ୍ଡର ସ୍ଲିମ୍ ଚନ୍ଦ୍ର କକ୍ଷପଥକୁ ଯିବା ପୂର୍ବରୁ ପ୍ରଥମ ମାସ ପୃଥିବୀର କକ୍ଷପଥରେ ଘୁରି ବୁଲିବ । ଏହି ପ୍ରକ୍ରିୟା ୩ରୁ ୪ ମାସ ଧରି ଚାଲିବ । ଆସନ୍ତା ବର୍ଷ ଜାନୁଆରୀ କିମ୍ବା ଫେବ୍ରୁଆରରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଜାପାନ ଲକ୍ଷ୍ୟ ରଖିଛି । ମିଟସୁବିଶି ଇଲେକ୍ଟ୍ରିକ୍ ଦ୍ୱାରା ବିକଶିତ ଲ୍ୟାଣ୍ଡର ସ୍ଲିମର ଉଚ୍ଚତା ୨.୪ ମିଟର ହୋଇଥିବା ବେଳେ ଓସାର ୨.୭ ମିଟର ଏବଂ ଲମ୍ବ ୧.୭ ମିଟର । ଯାହାର ଓଜନ ୭୦୦ କିଲୋଗ୍ରାମ । ଏହି ମହାକାଶ ଯାନ ଚନ୍ଦ୍ରର ଲକ୍ଷ୍ୟ ସ୍ଥଳର ୧୦୦ ମିଟର ମଧ୍ୟରେ ଅବତରଣ କରିବା ନେଇ ଆଶା କରାଯାଉଛି ।

ତେବେ ଅଗଷ୍ଟ ୨୩ ତାରିଖରେ ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ଜହ୍ନର ଦକ୍ଷିଣ ମେରୁରେ ପାଦ ଥାପିଛି । ଏହାପୂର୍ବରୁ ୨୦୧୯ରେ ପ୍ରଥମ ଦେଶ ଭାବେ ଚୀନ୍ ସେଠାରୁ କିଛି ଦୂରରେ ଅବତରଣ କରିଥିଲା । ସେହିପରି ଆଗକୁ ନାସା ୩ ଜଣ ଆମେରିକୀୟ ମହାକାଶଚାରୀ ଓ ଜଣେ କାନାଡ଼ାର ମହାକାଶଚାରୀଙ୍କୁ ୨୦୨୪ରେ ଏବଂ ୨୦୨୫ରେ ଜହ୍ନର ଦକ୍ଷିଣ ମେରୁକୁ ପଠାଇବା ଯୋଜନା କରୁଛି ।

Get real time updates directly on you device, subscribe now.