fbpx

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପଞ୍ଜାବରୁ ଏକ ଦୁଃଖଦ ଖବର ଆସିଛି । ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ପିଜିଆଏମଇଆରରେ ଭର୍ତ୍ତି କରାଯାଇଥିଲା, ମାତ୍ର ଏବେ ତାଙ୍କୁ ଫୋର୍ଟିସ ହସ୍ପିଟାଲକୁ ଟ୍ରାନ୍ସଫର କରାଯାଇଛି । ସେ ଗ୍ୟାଷ୍ଟ୍ରିକ୍, ଆସ୍ଥମା ପରି ବୀମାରିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ତେବେ ପୂର୍ବତନ ସିଏମ୍ ତଥା ଶିରୋମଣି ଅକାଳୀ ଦଳ (ଏସଏଡି)ର ମୁଖ୍ୟଙ୍କର ଅବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି । ୯୪ ବର୍ଷୀୟ ବାଦଲ ଗ୍ୟାଷ୍ଟ୍ରାଇଟିସ ଓ ବ୍ରୋନକିୟଲ ଆସ୍ଥମା ସମସ୍ୟା ରହିଥିବା ଜଣାପଡ଼ିଛି । ତାଙ୍କର ପାରାମିଟର ସାମାନ୍ୟ ରହିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ବାଦଲ ମୋହାଲିର ଏକ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ କରାଇଥିଲେ । ତାଙ୍କର ହୃଦ୍ ଓ ଫୁସଫୁସ ସମ୍ବନ୍ଧିତ ପରୀକ୍ଷା କରାଯାଇଥିଲା । ଏହାପୂର୍ବରୁ ସେ ଜାନୁଆରୀ ୨୪ରେ ଲୁଧିଆର ଏକ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.