fbpx

ପ୍ରଥମ ଓଡ଼ିଆ ଭାବରେ ପ୍ରମୋଦ ଭଗତଙ୍କୁ ଖେଳରତ୍ନ: ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଥମ ଓଡ଼ିଆ ଭାବରେ ମେଜର ଧ୍ୟ।।ନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରମୋଦ ଭଗତ । ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦକ ସହିତ ସମ୍ମାନିତ କରିଛନ୍ତି । ଭଗତଙ୍କ ବ୍ୟତିତ ଅଲିମ୍ପକ୍ସ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ଅନ୍ୟ ୧୦ ଜଣଙ୍କୁ ମେଜର ଧ୍ୟ।।ନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହା ବ୍ୟତିତ ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ଛି

ନୀରଜଙ୍କ ବ୍ୟତିତ ରବି ଦାହିୟା, ପି ଆର ଶ୍ରୀଜେସ୍, ଲଭଲିନା ବୋର୍ଗୋହେନ୍, ସୁନୀଲ ଛେତ୍ରୀ, ମିଥାଲି ରାଜ, ସୁମିତ ଆଣ୍ଟିଲ, ଅବନୀ ଲେଖାରୀ, କ୍ରିଷ୍ଣା ନଗର ଏବଂ ମନୀଷ ନରୱଲଙ୍କୁ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ୩୫ ଜଣ ଖେଳାଳିଙ୍କୁ ମନୋନୀତ କରିଥିଲା କ୍ରୀଡା ମନ୍ତ୍ରାଳୟ । କ୍ରିକେଟର ଶିଖର ଧୱନଙ୍କ ସମେତ ଭବିନା ବେନ ପଟେଲ ଏବଂ ଅନ୍ୟ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.