ନୂଆଦିଲ୍ଲୀ: ନିଜସ୍ବ ଓଟିଟି ପ୍ଲାଟଫର୍ମ ଲଞ୍ଚ କଲା ଲୋକ ସେବା ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ । ସରକାରୀ ପ୍ରସାରଣକାରୀ ପ୍ରସାର ଭାରତୀ ଓଟିଟି ଆର୍ ଓ୍ବେଭଲ ଲଞ୍ଚ କରିଛି । ଏହା ଦ୍ବାରା ଲୋକେ ପୁରୁଣା ଦିନର ସ୍ମୃତିକୁ ଉଜ୍ଜିବୀତ କରିବାର ସୁଯୋଗ ପାଇବେ । ଦୂରଦର୍ଶନ ଏବଂ ଆକାଶବାଣୀର ସମସ୍ତ ଶୋ ଦେଖିପାରିବେ । ତେବେ ପ୍ରାଥମିକ ସ୍ତରରେ ଏହାକୁ ନିଶୁଳ୍କ ରଖାଯାଇଛି । ଏହାକୁ ବ୍ୟବହାର କରିବା ଦ୍ବାରା କୌଣସି ଚାର୍ଜ ଲାଗିବ ନାହିଁ । 12 ଭାଷାରେ ମଜାନେବେ ୟୁଜର୍ସ ।
ଓ୍ବେଭସ୍ ଆପକୁ ଆଣ୍ଡ୍ରୋଏଡ ଓ ଆଇଓଏସ୍ ମୋବାଇଲରେ ଡାଉନଲୋଡ କରାଯାଇ ପାରିବ । ଆଣ୍ଡ୍ରଏଡ ୟୁଜର ଏହି ଆପକୁ ଗୁଗଲ ପ୍ଲେ ଷ୍ଟୋର ଓ ଆଇଓଏସ ୟୁଜର୍ସ ଆପଲ ପ୍ଲେଷ୍ଟୋରରୁ ଡାଉନଲୋଡ କରି ପାରିବେ । ଏହାକୁ ଗୋଆରେ ଆୟୋଜିତ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ 2024ରେ ଲଞ୍ଚ କରାଯାଇଛି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଦ୍ବାରା ଲଞ୍ଚ ହୋଇଛି । ପ୍ଲାଟଫର୍ମରେ ୟୁଜର ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ମରାଠୀ, କନ୍ନଡ, ମାଲାୟାଲାମ, ତେଲେଗୁ, ତାମିଲ, ଗୁଜୁରାଟୀ, ପଞ୍ଜାବୀ ଏବଂ ଆସାମି ଭଳି 12 ଭାଷାରେ କଣ୍ଟେଣ୍ଟ ଦେଖିପାରିବେ । ଏହି ଆପରେ ଆପରେ ୟୁଜର ଦୂରଦର୍ଶନ ଓ ଆକାଶବାଣୀର ସବୁ ପୁରୁଣା ଓ ବଡ଼ ସୋ ଦେଖି ପାରିବେ । ଓଟିଟିରେ ସ୍ୱଚ୍ଛ, ପରିବାର ଅନୁକୁଳ ମନୋରଞ୍ଜନ ପ୍ରଦାନ କରିବା ନିମନ୍ତେ ଏହା ଏକ ପ୍ରକାର ଉଦ୍ୟମ ବୋଲି କହିଛନ୍ତି ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ ସହଗଲ ।