fbpx

କଂଗ୍ରେସକୁ ଚେତାଇଦେଲେ ପ୍ରଶାନ୍ତ କିଶୋର: କହିଲେ-‘କର୍ଣ୍ଣାଟକ ନିର୍ବାଚନ ଜିତିବା ନୁହେଁ ଯେ, କଂଗ୍ରେସ ଲୋକସଭା ନିର୍ବାଚନ ଜିତିଯିବ’

ନୂଆଦିଲ୍ଲୀ: ରାଜନୀତି ରଣନୀତିକାର ତଥା ରାଜନେତା ପ୍ରଶାନ୍ତ କିଶୋର ବୁଧବାର କଂଗ୍ରେସକୁ ଚେତାଇ ଦେଇଛନ୍ତି । କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନକୁ ହାଲକାରେ ନନେଉ । ପ୍ରଶାନ୍ତ କହିଛନ୍ତି ଯେ, ‘କର୍ଣ୍ଣାଟକରେ କଂଗ୍ରେସ ପାର୍ଟିର ସଫଳତା ପାଇଁ ଶୁଭେଚ୍ଛା ଜଣାଉଛି । ଏହା ସହିତ ମୁଁ ପାର୍ଟିର କାର୍ଯ୍ୟକର୍ତ୍ତା ଏବଂ ନେତାମାନଙ୍କୁ ସାବଧାନ କରିଦେବାକୁ ଚାହୁଁଛି କି ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଆଗାମୀ ଲୋକସଭା ନିର୍ବାଚନକୁ ହାଲୁକାରେ ନନିଅନ୍ତୁ। ‘କର୍ଣ୍ଣାଟକ ନିର୍ବାଚନ ଜିତିବା ନୁହେଁ ଯେ, କଂଗ୍ରେସ ଲୋକସଭା ନିର୍ବାଚନ ଜିତିଯିବ’।

ସେ କହିଛନ୍ତି ଯେ, ୨୦୧୨ରେ ସମାଜବାଦୀ ପାର୍ଟୀ ଉତ୍ତର ପ୍ରଦେଶରେ ବହୁମତ ସହିତ ସରକାର ଗଠନ କରିଥିଲା । ଦୁଇ ବର୍ଷ ପରେ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ରାଜ୍ୟରେ ୮୦ ରୁ ୭୩ ଆସନରେ ବିଜୟ ହାସଲ କରିଥିଲା । ସେହିଭଳି ୨୦୧୩ ବିଧାନସଭା ନିର୍ବାଚନକୁ ମଧ୍ୟ ସେ ମନେ ପାକାଇଛନ୍ତି ଯେଉଁଥିରେ କଂଗ୍ରେସ ବିଜୟ ହାସଲ କରିଥିଲା, କିନ୍ତୁ ଆଗାମୀ ବର୍ଷ ଲୋକସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା ।

ସେହିପରି ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶ ଏବଂ ଛତିସଗଡ଼ରେ ବିଜୟ ହାସଲ କରିଥିଲା, କିନ୍ତୁ ଦଳ ୨୦୧୯ ଲୋକସଭା ନିର୍ବାଚନରେ ଏଠାରେ ନୈରାଶ୍ୟଜନକ ପ୍ରଦର୍ଶନକୁ ମନେ ପକାଇବା ଉଚିତ୍ ।

ପ୍ରଶାନ୍ତ କିଶୋର ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନୀତୀଶ କୁମାର, ଅରବିନ୍ଦ କେଜ୍ରିୱାଲ, ଏମ.କେ. ଷ୍ଟାଲିନ୍ ଏବଂ ଜଗନମୋହନ ରେଡ୍ଡୀଙ୍କ ନିର୍ବାଚନୀ ଯୋଜନା ପ୍ରସ୍ତୁତ କରିବା ସହିତ ବିଜୟ ହାସଲ କରିଛନ୍ତି ।

Get real time updates directly on you device, subscribe now.