ସାବଧାନ! ମହାକୁମ୍ଭରେ ମହିଳାଙ୍କର ନିଲାମ ହେଉଛି ଗାଧେଇବା ଏବଂ ବସ୍ତ୍ର ବଦାଳାଇବର ଭିଡିଓ
ପ୍ରୟାଗରାଜ ମହାକୁମ୍ଭରେ ମହିଳା ବୁଡ଼ ପକାଉଥିବାର ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି।
ନୂଆଦିଲ୍ଲୀ: ମହାକୁମ୍ଭ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସଂଗମରେ ବୁଡ଼ ପକାଉଛନ୍ତି। ଏହାରି ମଧ୍ୟରେ ମହିଳାମାନଙ୍କ ସ୍ନାନ କରିବା ସମୟରେ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଫୋଷ୍ଟ କରାଯାଉଛି।
ଏ ନେଇ ପୋଲିସ ବର୍ତ୍ତମାନ ଏହି କାର୍ଯ୍ୟକଳାପ ବିରୋଧରେ ଆକ୍ସନ ନେବା ଆରମ୍ଭ କରିଛି। ପ୍ରୟାଗରାଜ ପୋଲିସ ମହିଳାମାନଙ୍କର ଏଭଳି ଫଟୋ ସେୟାର ଏବଂ ପୋଷ୍ଟ କରିଥିବା ଆକାଉଣ୍ଟସ ବିରୋଧରେ ମାମଲା ରୁଜୁ କରିଛି।
ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ଯେ, ମହିଳା ଶ୍ରଦ୍ଧାଳୁମାନଙ୍କର ଅଶୋଭାବନୀୟ ଭିଡିଓ ଏବଂ ଫଟୋ ସେୟାର କରିବା ଏବଂ ଟେଲିଗ୍ରାମରେ ବିକ୍ରି କରିବାର ଦାବି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବର୍ତ୍ତମାନ ପୋଲିସ ଟିମ ଅପରାଧିମାନଙ୍କର ପ୍ରକୃତ ପରିଚୟ ଖୋଜି ଗିରଫ କରିବ।