fbpx

ଦେଶବାସୀଙ୍କ ପାଇଁ ଖୁସି ଖବର ! ଏଥର ସମୟ ପୂର୍ବରୁ ଭାରତ ଛୁଇଁବ ମୌସୁମୀ

Advertisement

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଏହି ସମୟରେ ଦିନର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରହୁଥିବା ବେଳେ ପ୍ରୟତଃ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏଥିପାଇଁ ସମସ୍ତେ ବର୍ଷାକୁ ବ୍ୟାକୁଳ ହୋଇ ଚାହିଁ ରହିଛନ୍ତି । ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ସମୟ ପୂର୍ବରୁ ମୌସୁମୀ ଆସିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗ ଅନୁଯାୟୀ, ମେ’ ୧୯ ତାରିଖରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜରେ ପହଞ୍ଚିବାର ସମ୍ଭାବନା ରହିଛି । ସାଧାରଣତଃ ଆଣ୍ଡାମାନ ଓ ନିକୋବରରେ ୨୨ ମେ’ରେ ମୌସୁମୀ ଆସିଥାଏ । କିନ୍ତୁ ଚଳିତ ବର୍ଷ ଆଣ୍ଡାମାନ ଓ ନିକୋବରରେ ୩ ଦିନ ପୂର୍ବରୁ ମୌସୁମୀ ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହା ପରେ ମୌସୁମୀ ଦେଶର ଅନେକ ସ୍ଥାନକୁ ଛୁଇଁବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ଅନୁଯାୟୀ, ଦେଶର ଅଲ ନିନୋ ପ୍ରଣାଳୀ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି ଏବଂ ଏହା ସହ ଅଲ ନିନା ସ୍ଥିତି ସକ୍ରିୟ ହେବାକୁ ଲାଗିଛି, ଯାହା ଚଳିତ ବର୍ଷ ପାଇଁ ଭଲ ମୌସୁମୀ ଅନୁକୂଳ ରହିବ ।ଏହି କାରଣ ପାଇଁ ମୌସୁମୀ ଭାରତକୁ ସମୟ ପୂର୍ବରୁ ଆସିପାରେ ବୋଲି କୁହାଯାଉଛି । ଏଥିସହ ଭାରତ ମହାସାଗରର ଆଇଓଡି ସ୍ଥିତି ମଧ୍ୟ ଏହି ବର୍ଷ ମୌସୁମୀ ପାଇଁ ଅନୂକୁଳ ରହୁଛି । ଯାହା ମୌସୁମୀ ପାଇଁ ସକରାତ୍ମକ ସଙ୍କେତ ଅଟେ ।

Get real time updates directly on you device, subscribe now.