fbpx

ଆଦୌ ଏହି ଭିଟାମିନର ଅଭାବ ରଖନ୍ତୁ ନାହିଁ ଗର୍ଭବତୀ ମହିଳା, ନଚେତ ପିଲା ଉପରେ ପଡିବ ବଡ଼ ପ୍ରଭାବ

ଓଡ଼ିଶା ଭାସ୍କର: ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଫାଇବର ରହିବା ଆବଶ୍ୟକ । ଆମେ ଖାଦ୍ୟ ମାଧ୍ୟମରେ ଶରୀର ପାଇଁ ଅଧିକାଂଶ ଭିଟାମିନ ପାଇଥାଉ । ଏହି ଭିଟାମିନ ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହାକି ସାଧାରଣ ଖାଦ୍ୟରେ ପର୍ୟ୍ୟାପ୍ତ ପରିମାଣରେ ମିଳିନଥାଏ, ସେଥିପାଇଁ ଅଧିକାଂଶ ମହିଳାଙ୍କ ଶରୀରରେ ଭିଟାମିନର ଅଭାବ ଦେଖାଯାଏ । ତେବେ ଅଧିକାଂଶ ମହିଳାଙ୍କୁ ଭିଟାମିନ ବି-୧୨ ବିଷୟରେ ଜଣା ନଥାଏ । ମହିଳାମାନେ ଭରପୁର ଫଳର ସେବନ କରନ୍ତି ନାହିଁ, ଯାହାଫଳରେ କି ଭିଟାମିନ ବି-୧୨ର ଅଭାବ ରହିଥାଏ । ଅନେକ ଜରୁରୀ ପୋଷକ ତତ୍ୱ ଏହି ଭିଟାମିନ ବି-୧୨ରେ ରହିଛି। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ଭିଟାମିନ ଅଭାବରୁ ଅନେକ ସମସ୍ୟା ଦେଖାଦେଇଥାଏ ।

ଗର୍ଭବତୀ ମହିଳାମାନଙ୍କରେ ଭିଟାମିନ୍ ବି-୧୨ ଅଭାବରୁ ହୋଇଥାଏ ଏହି ସବୁ ଅସୁବିଧା:
ଭିଟାମିନ୍ ବି -୧୨ ନବଜାତ ଶିଶୁର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ଗର୍ଭବତୀ ମହିଳାମାନଙ୍କ ଶରୀରରେ ଭିଟାମିନ ବି-୧୨ର ଅଭାବ ହୁଏ, ସେତେବେଳେ ଶିଶୁ ଶରୀରରେ ଫୁସଫୁସ ସଂକ୍ରମଣ, ସ୍ନାୟୁଗତ ସମସ୍ୟା, ଶ୍ୱାସ ସଂକ୍ରମଣ ଇତ୍ୟାଦି ଅନେକ ସମସ୍ୟା ଦେଖାଯାଏ । ତେଣୁ ଏହି ବିଷୟ ନେଇ ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ଏବଂ ଭିଟାମିନ୍ ବି-୧୨ ଅଭାବ ହେଲେ ଚିକିତ୍ସା କରିବା ଉଚିତ ।

ଭିଟାମିନ ବି-୧୨ରୁ ଶରୀରକୁ କେଉଁ ଫାଇଦା ଦେଇଥାଏ?
ସାଧାରଣତଃ ଭିଟାମିନ ବି-୧୨ ଶରୀର ପାଇଁ ବହୁତ ଜରୁରୀ ଅଟେ । ଏହି ଭିଟାମିନ ଦ୍ୱାରା ହୃଦ ରୋଗର ଆଶଙ୍କା କମ ହୋଇଥାଏ । ଭିଟାମିନ ବି-୧୨ ଶରୀରକୁ ଏନର୍ଜି ବୁଷ୍ଟର ଏବଂ ଆଣ୍ଟି ଏଜିଙ୍ଗ ଦେଇଥାଏ । ଏହା ଇମ୍ୟୁନିଟିକୁ ବଢାଇବା ସହ ଏକାପଣକୁ ମଧ୍ୟ କମ କରିଥାଏ । ଶରୀରରେ ରେଡ ବ୍ଲଡ ସେଲ ଗଠନରେ ଭିଟାମିନ ବି-୧୨ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

 

Get real time updates directly on you device, subscribe now.