fbpx

(Video) ଭିଣ୍ଟେଜ ମାହିଙ୍କ ବିସ୍ଫୋରକ ବ୍ୟାଟିଂ: କ୍ୟାପଟେନ୍ ପାଣ୍ଡ୍ୟାଙ୍କ ବଲରେ ହ୍ୟାଟ୍ରିକ ଛକା, ଥରିଲା ୱାନଖେଡ଼େ ମଇଦାନ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ବିସ୍ପୋରକ ବ୍ୟାଟିଂ ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇକୁ ୨୦୭ ରନର ବିଶାଳ ଲକ୍ଷ୍ୟ ଦେଇଛି ଚେନ୍ନାଇ । ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବଂ ଶିବମ ଦୁବେଙ୍କ ଦମଦାର ଅର୍ଦ୍ଧଶତକ ପରେ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ଜଲୱା ଦେଖିବାକୁ ମିଳିଛି । ଶେଷ ଓଭରରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ମାହି ପ୍ରଥମ ୩ଟି ବଲରେ ହ୍ୟାଟ୍ରିକ ଛକା ମାରି ବେଷ୍ଟ ଫିନିସର ବୋଲି ନିଜକୁ ପୁଣିଥରେ ପ୍ରମାଣ କରିଛନ୍ତି । ଏହି ମ୍ୟାଚର ଶେଷ ୪ଟି ବଲରେ ସାରା ଦୁନିଆ ପୁଣିଥରେ ଭିଣ୍ଟେଜ ମାହିଙ୍କୁ ଦେଖିବାକୁ ପାଇଛି ।

ଏହି ଇନିଂସରେ ଧୋନୀ ମାତ୍ର ୪ ବଲରେ ୨୦ ରନ୍ କରି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ଇନିଂସର ଶେଷ ୪ଟି ବଲ ବାକି ଥିବା ବେଳେ ମଇଦାନକୁ ଆସିଥିଲେ ଭିଣ୍ଟେଜ ମାହି । ମୁମ୍ବାଇ ତରଫରୁ ଶେଷ ଓଭର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁଥିବା ବେଳେ ଧୋନୀ ତାଙ୍କୁ ଟାର୍ଗେଟ କରି ବିସ୍ଫୋରକ ବ୍ୟାଟିଂ ଦେଖାଇଛନ୍ତି । ମଇଦାନରେ ଆସିବା ମାତ୍ରେ ପ୍ରଥମ ବଲରେ ଏକ ବିଶାଳକାୟ ଛକା ଲଗାଇଥିଲେ ମାହି । ଏହାପରେ ଲଗାତାର ୩ଟି ବଲରେ ୩ଟି ଛକା ମାରି ଚେନ୍ନାଇର ସ୍କୋର ୨୦୦ ପାର୍ କରାଇଛନ୍ତି । ତେବେ ୪ ଟି ବଲରେ ୨୦ ରନର ଏହି ବିସ୍ଫୋରକ ଇନିଂସ ଖେଳି ମଇଦାନକୁ ଫେରିବା ସମୟରେ ଧୋନୀଙ୍କ ଆଉ ଏକ ଝଲକ ମଧ୍ୟ ଦେଖାଯାଇଛି । ପାଭିଲିୟନକୁ ଫେରିବା ସମୟରେ ବଲଟିକୁ ଉଠାଇ ଦର୍ଶକ ଗ୍ୟାଲେରୀରେ ଥିବା କୁନି ଦର୍ଶକଙ୍କୁ ଧରାଇ ଦେଇଛନ୍ତି ।

ଭାଙ୍ଗିଲେ ଏହି ରେକର୍ଡ:

  •  ଶେଷ ଓଭରରେ ବ୍ୟାଟିଂ କରିବାକୁ ଆସି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହ୍ୟାଟ୍ରିକ ଛକା ମାରି ଧୋନୀ ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି । ଆଇପିଏଲ ଇତିହାସରେ ଶେଷ ଓଭର(୨୦)ରୁ୨ କିମ୍ବା ଅଧିକ ଛକା ମାରିବାରେ ଧୋନୀ ଏକ ବିଶାଳ ରେକର୍ଡ କରିଛନ୍ତି । ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସର୍ବାଦିକ ୧୭ଥର ଏହି କାରନାମା କରିବାରେ ସଫଳ ହୋଇଛନ୍ତି ଭିଣ୍ଟେଜ ମାହି ।
  • ଏହି ଇନିଂସ ସହ ଧୋନୀ ଆଇପିଏଲରେ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଆଇପିଏଲ ଇତିହାସରେ ପ୍ରଥମ ୩ଟି ବଲରୁ ୩ଟି ଛକା ମାରିବାରେ ପ୍ରଥମ ଖେଳାଳି ପାଲଟିଛନ୍ତି ଏମ.ଏସ ଧୋନୀ । ଏହାପୂର୍ବରୁ କୌଣସି ଖେଳାଳି ଏହି କାରନାମା କରି ପାରିନାହାନ୍ତି ।

ମୁମ୍ବାଇ ବିପକ୍ଷ ୨୦ତମ ଓଭରରେ ମାହି ୪ଟି ବଲ ଖେଳିବା ପାଇଁ ମଇଦାନକୁ ଆସିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏହି ଓଭରରେ ବୋଲିଂ କରୁଥିବା ବେଳେ ପ୍ରଥମ ବଲରୁ ପ୍ରହାର କରିଥିଲେ ଧୋନୀ । ପ୍ରଥମ ୩ଟି ବଲରେ ୩ଟି ବିଶାଳ ଛକା ମାରିବା ପରେ ଚତୁର୍ଥ ତଥା ଇନିଂସର ଶେଷ ବଲରେ ୨ ରନ୍ ସଂଗ୍ରହ କରିଛନ୍ତି ମାହି । ତେବେ ୪ଟି ବଲରୁ ୩ଟି ଛକା ସହ ୫୦୦ ଷ୍ଟ୍ରାଇକ ରେଟରେ ୨୦ ରନ୍ କରିବା ସହ ମୁମ୍ବାଇକୁ ୨୦୭ ରନର ଲକ୍ଷ୍ୟ ଦେଇଛନ୍ତି ଏମ.ଏସ ଧୋନୀ ।

 

 

Get real time updates directly on you device, subscribe now.