fbpx

M.S Dhoni ଭାଙ୍ଗିଲେ ଆଉ ଏକ ରେକର୍ଡ: କୋହଲିଙ୍କ ସ୍ପେଶାଲ ଲିଷ୍ଟରେ ସାମିଲ ହେଲେ ମାହି

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଛି ହାଇ ଭୋଲଟେଜ ମ୍ୟାଚ୍ । ଏହି ମ୍ୟାଚରେ ଏକ ସ୍ପେଶାଲ ଉପଲବ୍ଧି ହାସଲ କରିଛନ୍ତି ଚେନ୍ନାଇର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ଏହି ମ୍ୟାଚରେ ଧୋନୀ ଚେନ୍ନାଇ ସୁପର କିଙ୍ଗସ ପାଇଁ ୨୫୦ତମ ମ୍ୟାଚ ଖେଳୁଛନ୍ତି । ଆଇପିଏଲ ଇତିହାସରେ କୌଣସି ଗୋଟିଏ ଦଳ ପାଇଁ ୨୫୦ ବା ଅଧିକ ମ୍ୟାଚ ଖେଳିବାରେ ଦ୍ୱିତୀୟ ଖେଳାଳି ପାଲଟିଛନ୍ତି । ଏହାପୁର୍ବରୁ ବେଙ୍ଗଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ଉପଲବ୍ଧି ହାସଲ କରିସାରିଛନ୍ତି ।

ଚଳିତବର୍ଷ ଧୋନୀ ଅଧିନାୟକ ପଦରୁ ଇସ୍ତଫା ଦେଇ ୱିକେଟ କିପର ଭାବରେ ଖେଳୁଛନ୍ତି । ତେବେ ଅଧିନାୟକ ଭାବରେ ମାହି ଚେନ୍ନାଇକୁ ୫ ଥର ଚମ୍ପିଆନ୍ କରାଇଛନ୍ତି । ୱାନଖେଡ଼େ ଷ୍ଟାଡିୟମରେ ମୁମ୍ବାଇ ବିପକ୍ଷ ମ୍ୟାଚରେ ସାମିଲ ହେବା ମାତ୍ରେ ଧୋନୀ ଚେନ୍ନାଇ ଜର୍ସିରେ ୨୫୦ତମ ମ୍ୟାଚ ଖେଳିଥିବା ପ୍ରଥମ ଖେଳାଳି ପାଲଟିଛନ୍ତି । ଏହାସହିତ ଆଇପିଏଲ ଇତିହାସରେ ଏହି ଉପଲବ୍ଧି ହାସଲ କରିବା ତାଲିକାରେ ସେ ଦ୍ୱିତୀୟ ଖେଳାଳି ଭାବରେ ରେକର୍ଡ କରିଛନ୍ତି । ଧୋନୀଙ୍କ ପୂର୍ବରୁ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ପକ୍ଷରୁ ୨୫୦ତମ ମ୍ୟାଚ ଖେଳିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି ।

ଏହାପରେ ତାଙ୍କ କ୍ରେଜରେ କୌଣସି ହ୍ରାସ ଘଟିନାହିଁ। ଧୋନୀ ଚଳିତ ସିଜନରେ ମାତ୍ର ତିନିଥର ବ୍ୟାଟିଂ କରିବାକୁ ଆସିଥିବା ବେଳେ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଅତ୍ୟନ୍ତ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଚଳିତ ସିଜନ ଧୋନୀଙ୍କ ପାଇଁ ଆଇପିଏଲର ଶେଷ ସିଜନ ବୋଲି କୁହାଯାଉଛି । ଏହି ସିନ ପରେ ମାହି ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିବା ନେଇ ଆଲୋଚନା ଜାରି ରହିଛି । ତେଣୁ ପ୍ରତ୍ୟେକ ଗ୍ରାଉଣ୍ଡରେ ଧୋନୀଙ୍କ ଝଲକ ପାଇବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ପହଞ୍ଚୁଛନ୍ତି ।

Get real time updates directly on you device, subscribe now.