fbpx

BIG BREAKING: ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା 

ଓଡ଼ିଶା ଭାସ୍କର: ଆସିଲା ଓଡ଼ିଶା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା । ମୋଟ ୭୫ ଜଣ ପ୍ରାର୍ଥୀ ତାଲିକା ଦଳ ଘୋଷଣା କରିଥିବା ଦେଖିବାକୁ ମିଳିଛି । ଏହି ତାଲିକା ଅନୁସାରେ ଭଣ୍ଡାରୀପୋଖରୀରୁ ନିର୍ବାଚନ ଲଢ଼ିବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିପରି କୋରେଇରୁ ନିର୍ବାଚନ ଲଢିବେ ବନ୍ଦିତା ପରିଡା, ଆନନ୍ଦପୁରରୁ ଜୟଦେବ ଜେନା, କୁଚିଣ୍ଡା କେଦାରନାଥ ବରିହା, ଅତାବିରା ଅଭିଷେକ ସେଠ, ଦେବଗଡ଼ ସେମ୍ ହେମ୍ରମ, ତେଲକୋଇ ନିର୍ମଳ ଚନ୍ଦ୍ର ନାୟକ, ସମ୍ବଲପୁର ଦୁର୍ଗା ପ୍ରସାଦ ପାଢ଼ୀ ପ୍ରମୁଖଙ୍କୁ ପ୍ରାର୍ଥୀ କରିଛି ଦଳ ।

ନଜର ପକାନ୍ତୁ, ଆଉ କାହାକୁ କେଉଁଠୁ ମିଳିଲା ଟିକେଟ:-

ତଳସରା- ଦେବେନ୍ଦ୍ର ଭିଟାରିଆ

ରେଙ୍ଗାଲି- ଦିଲୀପ ଦୁରିଆ

ରେଢ଼ାଖୋଲ- ଅସଫ ଅଲ୍ଲୀ ଖାନ୍‌

ଘସିପୁରା- ସୁବ୍ରତ ଚକ୍ର

ପାଟଣା- ହୃଷିକେଶ ନାଏକ

କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାଏକ

ଚମ୍ପୁଆ- ଯଶୋବନ୍ତ ଲାଘୁରୀ

ଯଶୀପୁର- ଶ୍ୱେତା ଚତ୍ତର

ସାରସକଣା- ରାମକୁମାର ସୋରେନ

ରାଇରଙ୍ଗପୁର- ଯୋଗେନ୍ଦ୍ର ବନ୍‌ରା

ବାଙ୍ଗିରିପୋଷି- ମୁରଲୀଧର ନାଏକ

କରଞ୍ଜିଆ- ଲକ୍ଷ୍ମୀଧର ସିଂହ

ଉଦଳା- ଦୁର୍ଗାଚରଣ ଟୁଡୁ

ବାରିପଦା- ବାଦଲ ହେମ୍ବ୍ରମ୍‌

ମୋରଡ଼ା- ପ୍ରଭାସ କରମହାପାତ୍ର

ଭୋଗରାଇ- ସତ୍ୟଶିବ ଦାସ

ବସ୍ତା- ବିଜନ ନାୟକ

ରେମୁଣା- ସୁଦର୍ଶନ ଜେନା

ସୋର- ସୁବ୍ରତ ଧଡ୍ଡା

ସିମୁଳିଆ- ହିଂମାଶୁ ଶେଖର ବେହେରା

ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ

ଭଦ୍ରକ- ଅସିତ ପଟ୍ଟନାୟକ

ବାସୁଦେବପୁର- ଅଶୋକ ଦାସ

ଧାମନଗର- ରଞ୍ଜନ ବେହେରା

ଚାନ୍ଦବାଲି- ଅମୀୟ ମହାପାତ୍ର

ବିଞ୍ଝାରପୁର- କନକଲତା ମଲ୍ଲିକ୍‌

ବରୀ- ଆରତି ଦେଓ

ଧର୍ମଶାଳା- କିଶନ ପଣ୍ଡା

ଯାଜପୁର- ସୁଦୀପ କର

କୋରେଇ- ବନ୍ଦିତା ପରିଡ଼ା

ଢେଙ୍କାନାଳ- ସୁସ୍ମିତା ସିଂଦେଓ

ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାୟକ

କାମାକ୍ଷାନଗର- ବିପ୍ରବର ସାହୁ

ପରଜଙ୍ଗ- ରଞ୍ଜିତ କୁମାର ସାହୁ

ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ

ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ

ସୂଚନା ଥାଉକି, ଗତକାଲି ଦଳ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା କଂଗ୍ରେସ। ହେଲେ ଆଜି ୭୫ଟି ବିଧାନସଭା ଆସନରେ ଦଳ ପାଇଁ କିଏ ପ୍ରାର୍ଥୀ ହେବେ, ତା’ର ତାଲିକା ସାର୍ବଜନୀନ କରିଛି ଦଳ। ଏହି ତାଲିକାରେ ଦଳ ୩ଟି ଆସନରେ ପରିବର୍ତ୍ତନ ଆଣିଛି। ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିଟାରିଆ ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ ୨ରେ ଦଳ ୪୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ପ୍ରବୋଧଙ୍କୁ ଟିକେଟ ଦେଇଥିଲା। ସେ ମଧ୍ୟ ପ୍ରଚାର କରିଥିଲେ। ହେଲେ ଏବେ ତାଙ୍କ ଟିକେଟକୁ ଦଳ କାଟି ଦେଇଛି। ଅନ୍ୟପଟେ ବାଲିଗୁଡା ଓ କବିସୂର୍ଯ୍ୟନଗରରେ ମଧ୍ୟ ପ୍ରାର୍ଥୀ ବଦଳାଇଛି ଦଳ। ବାଲିଗୁଡାରେ ସୁରଦା ପ୍ରଧାନଙ୍କ ବଦଳରେ ଉପେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ସେପଟେ କବିସୂର୍ଯ୍ୟନଗରରୁ
ଚିରଞ୍ଜିବୀ ବିସୋୟୀଙ୍କୁ ହଟାଇ ବିପିନ ବିହାରୀ ସ୍ୱାଇଁଙ୍କୁ ପ୍ରାର୍ଥୀ କରାଯାଇଛି।

Get real time updates directly on you device, subscribe now.