ପ୍ରେମାନନ୍ଦ ମହାରାଜ ଡିପ ଫେକ୍‌ର ହେଲେ ଶିକାର, ବଦମାସଙ୍କୁ ଚେତାବନୀ ଦେଲା ଆଶ୍ରମ

ପ୍ରେମାନନ୍ଦଙ୍କ ଅନେକ ଭିଡିଓ ବର୍ତ୍ତମାନ ଡିପ୍ ଫେକ୍‌ର ଶିକାର ହୋଇଛି, ଆଶ୍ରମ ଏ ନେଇ ନୋଟିସ୍ ଜାରି କରିଛି

ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ ଡିପ୍ ଫେକ୍‌ର ଶିକାର ହୋଇଛନ୍ତି। ଆଜିକାଲି ତାଙ୍କର ଅନେକ ଭିଡିଓଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଯେଉଁଥିରେ ତାଙ୍କର ସ୍ୱର ଏବଂ ଉପଦେଶକୁ ମନଇଚ୍ଛା ଭାବେ ପରିବର୍ତ୍ତନ କରାଯାଇ ବ୍ୟବହାର କରାଯାଉଛି। ଏହି ଭିଡିଓରେ ପ୍ରେମାନନ୍ଦ ମହାରାଜଙ୍କ ସ୍ୱରରେ ପୂଜା ସାମଗ୍ରୀର ଜିନିଷ ବିକ୍ରି କରିବା ବା କୌଣସି ବିଜନେସ ଆକ୍ଟିଭିଟିକୁ ପ୍ରମୋଟ କରିବାର ଦେଖାଯାଉଛି ଏବଂ ସେଥିରେ ଫାଇଦାର କଥା ମଧ୍ୟ କୁହାଯାଉଛି।

ଭାଇରାଲ ଡିପ୍ ଫେକ୍ ଭିଡିଓଜରେ ପ୍ରେମାନନ୍ଦ ମହାରାଜଙ୍କ ପକ୍ଷରୁ ଆପତ୍ତି କରାଯାଇଛି। ଏପରି ନ କରିବା ଲାଗି ତାଙ୍କ ଆଶ୍ରମ ଶ୍ରୀହିତ ରାଧା କେଲି କୁଞ୍ଜ ପରିକର ଏକ ନୋଟିସ ଦେଇ ଏଭଳି ଲୋକଙ୍କୁ ଚେତାବନୀ ଦିଆଯାଇଛି।

ଏଭଳି ଭିଡିଓ ନ କରନ୍ତୁ ଏବଂ ତାକୁ ନ ସେୟାର କରିବା ଲାଗି ଅନୁରୋଧ କରାଯାଇଛି। ଆଶ୍ରମର କହିବାନୁଯାୟୀ, ପ୍ରେମାନନ୍ଦ ମହାରାଜଙ୍କ ସମ୍ମାନ ବଜାୟ ରଖିବା ଉଚିତ୍‌।

ସ୍ୱାମୀ ପ୍ରେମାନନ୍ଦଙ୍କର ସମାଜରେ ବହୁତ ପ୍ରତିଷ୍ଠା ରହିଛି। ସେ ନିଜ ପ୍ରବଚନରେ ଅନେକଙ୍କୁ ଉପଦେଶ ଦେଉଛନ୍ତି। ଏଥିରେ କୋଟି କୋଟି ଲୋକେ ଶୁଣୁଛନ୍ତି ଏବଂ ଅନେକ ନିଜ ଜୀବନକୁ ପରିବର୍ତ୍ତନ କରିଛନ୍ତି।

ଏଆଇ ମାଧ୍ୟମରେ ତାଙ୍କ ଉପଦେଶକୁ ପରିବର୍ତ୍ତନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଖୁବ୍ ନିନ୍ଦନୀୟ।