fbpx

ବନ୍ଦ ହେବ ୩୫ ହଜାରରୁ ଅଧିକ କମ୍ପାନୀ, ଏ ପର୍ଯ୍ୟନ୍ତ ସରକାରୀ ରେକର୍ଡରୁ ହଟାଗଲାଣି ୭.୨୭ ଲକ୍ଷ

Advertisement

ନୂଆଦିଲ୍ଲୀ : ନିଷ୍କ୍ରିୟ କିମ୍ବା ବନ୍ଦ ପଡିଥିବା କମ୍ପାନୀଙ୍କ ବିରୋଧରେ ସରକାରଙ୍କ କଠୋର ପଦକ୍ଷେପ ଜାରି ରହିଛି। ଏବେ ସରକାର ଏହିପରି ବନ୍ଦ ପଡିଘଥିବା ୩୫ ହଜାର କମ୍ପାନୀକୁ ନିଜର ସରକାରୀ ରେକର୍ଡରୁ ହଟାଇବାକୁ ଯାଉଛନ୍ତି। ଏହି ସବୁ  କମ୍ପାନୀଗୁଡିକ ଡିସେମ୍ବର ଶେଷ ସୁଦ୍ଧା ନିଜର ବାର୍ଷିକ ଟିଟର୍ଣ୍ଣ ଫାଇଲ୍ ବା ଟ୍ୟାକ୍ସ ଦାଖଲ କରି ନାହାନ୍ତି।

ସରକାର ୨୦୨୦ରେ କମ୍ପାନୀଗୁଡିକର ରେଜିଷ୍ଟର ଡାଟାବେସରୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ। ସେହି ସମୟରେ କମ୍ପାନୀଗୁଡିକ ପାଇଁ ଏକ ନୂତନ ଯୋଜନା ଲାଗୁ କରାଯାଇଥିଲା। ଏହାରି ଆଧାରରେ ବ୍ୟବସାୟ ନିୟମକୁ ଅନୁପାଳନ କରିଥିବା କମ୍ପାନୀ ଯଦି ଡିଫଲ୍ଡର ହୋଇଥାନ୍ତି ତେବେ ମଧ୍ୟ ସେମାନଙ୍କର ଫାଇଲିଂ ପ୍ରକ୍ରିୟା ଚାଲୁ କରିବାକୁ ଅନୁମତି ଦିଆଯାଇଥିଲା।

କର୍ପୋରେଟ୍ ମନ୍ତ୍ରଣାଳୟ ଅନୁଯାୟୀ, ଏହି ସମ୍ବନ୍ଧୀୟ ମାମଲାର ଶୁଣାଣି ପରେ ଏମିତି କମ୍ପାନୀଗୁଡିକୁ ଜରିମାନା ଆଦାୟ ପରେ ସରକାରୀ ରେକର୍ଡରେ ପୁଣି ଥରେ ସାମିଲ୍ କରାଯାଇଥିଲା। ମନ୍ତ୍ରଣାଳୟ ଅନୁଯାୟୀ, କ୍ରମାଗତ ଦୁଇ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟକର ପୈଠ କରିନଥିବା କମ୍ପାନୀଗୁଡିକୁ ସରକାରୀ ଡାଟାବେସରୁ ହଟାଇ ଦିଆଯାଏ।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୭.୨୭ ଲକ୍ଷ ମୃତ କମ୍ପାନୀକୁ ସରକାରୀ ରେକର୍ଡରୁ ହଟାଯାଇଛି। ଏଥିରୁ ସଙ୍କେତ ମିଳୁଛି ଯେ, ଦେଶର ପ୍ରତ୍ୟେକ ତିନିରୁ ଗୋଟିଏ କମ୍ପାନୀ ମୃତ କିମ୍ବା ନିଷ୍କ୍ରିୟ ପଡି ରହିଛି। ତଥ୍ୟ ମୁତାବକ ଡିସେମ୍ବର ଶେଷ ସୁଦ୍ଧା ଦେଶରେ ୧୪ ଲକ୍ଷରୁ ଅଧିକ କମ୍ପାନୀ ସକ୍ରିୟ ଥିଲେ।

Get real time updates directly on you device, subscribe now.