ନୂଆଦିଲ୍ଲୀ: ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ି ପଳାଇଥିବା ରାଷ୍ଟ୍ରପତି ଅଶରଫ ଘନୀ ଚାରଟି କାର ଏବଂ ଗୋଟିଏ ହେଲିକପ୍ଟର ସହ କାବୁଲରୁ ବାହାରିଥିଲେ । ଋଷ ନ୍ୟୁଜ ଏଜେନି୍ସ ଆରଆଇଏ ଏବଂ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଅଶରଫ ଘନୀଙ୍କୁ ଯିବାବେଳେ ଏମିତିରେ କିଛି ଟଙ୍କା ଛାଡ଼ି ଯିବାକୁ ପଡ଼ିଥିଲା କାରଣ ସେ ତାକୁ ରଖିପାରିନଥିଲେ । କାବୁଲରେ ଋଷ ଦୂତାବାସର ପ୍ରବକ୍ତା ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ କହିଛନ୍ତି ଯେ ଘନୀ ଯିବାବେଳେ ତାଙ୍କ ସହ ଚାରିଟି କାର ଥିଲା ଯେଉଁଥିରେ ଟଙ୍କା ଭର୍ତ୍ତିଥିଲା । କିଛି ଟଙ୍କା ହେଲିକପ୍ଟରରେ ରଖିଥିଲେ । ଏହା ପରେ ସେ ପୁରା ଟଙ୍କା ରଖିପାରିନଥିଲେ ଏବଂ କିଛି ଟଙ୍କା ଏମିତି ଛାଡ଼ି ଚାଲିଯାଇଥିଲେ ।
ତେବେ ରିପୋର୍ଟ ଅନୁଯାୟୀ ଘନୀ ଏବେ ଓମାନ ପହଞ୍ଚିଛନ୍ତି । କୁହାଯାଉଛି ଯେ ଓମାନ ଦେଇ ଆମେରିକାକୁ ଯାଇପାରନ୍ତି । ଆଫଗାନିସ୍ତାନରୁ ବାହାରିବା ପୂର୍ବରୁ ଫେସବୁକରେ ଏକ ପୋଷ୍ଟ କରି ଘନୀ କହିଥିଲେ ସେ ଦେଶକୁ ରକ୍ତପାତରୁ ବଞ୍ଚାଇବା ପାଇଁ ଏପରି କରୁଛନ୍ତି । ସେ କହିଥିଲେ ଯଦି ସେ ସେଠାରେ ରହିବେ ତାହାଲେ ତାଙ୍କ ସମର୍ଥକ ଏବଂ ତାଲିବାନ ମଧ୍ୟରେ ରକ୍ତପାତ ହେବ ।