fbpx

ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି: ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା, ଆଳୁ କିଲୋ ୩୮୦ ଟଙ୍କା

ନୂଆଦିଲ୍ଲୀ: ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ନ କହିବା ଭଲ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏହା ପୂର୍ବରୁ ଗତମାସ ୪ ତାରିଖରେ ଆର୍ଥିକ ସଙ୍କଟ କାରଣରୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ।

ତେବେ ଆର୍ଥିକ ସଙ୍କଟ କାରଣରୁ ଦେଶରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ରାଷ୍ଟ୍ରପତି ଗୋଟବାୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା । ନିଜ ପଦବୀରେ ରହିଥିବା ସମୟରେ ଗୋଟବାୟା ନିଜର କର୍ତ୍ତବ୍ୟ ଠିକ୍ ଭାବେ ତୁଲାଇ ନଥିବା ଅଭିଯୋଗ ଅଣାଯାଇଥିଲା । ଅନ୍ୟପକ୍ଷରେ ଦେଶରେ ଦିନକୁ ଦିନ ପରିସ୍ଥିତି ବିଗିଡ଼ି ଚାଲିଥିବା ବେଳେ ଦେଶରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନୀ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଛାତ୍ର ରାଜରାସ୍ତାକୁ ଓହ୍ଲାଇ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରୁଥିବା ଦେଖିବାକୁ ମିଳିଛି ।

ତେବେ ଦେଶର ଅର୍ଥବ୍ୟବସ୍ଥା ଓ ମହଙ୍ଗା ମାଡ଼କୁ ନେଇ ରାଷ୍ଟ୍ରପତିଙ୍କ ଉପରେ ଅଭିଯୋଗ ଆସିଛି । ପରିସ୍ଥିତି ଏପରି ଯେ, ଦେଶରେ ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କା ଓ ଆଳୁ କିଲୋ ୩୮୦ରେ ପହଞ୍ଚି ଯାଇଛି । ଦୈନିକ ପେଟ୍ରୋଲ-ଡିଜେଲର ଅଭାବ ପରିଲକ୍ଷିତ ହେଉଛି । ଏଥିସହିତ ଅନ୍ୟାନ୍ୟ ନ୍ୟତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଠିକଭାବେ ମିଳୁନାହିଁ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏକ କଠିନ ପରିସ୍ଥିତିର ସାମ୍ନା କରୁଛି ଦେଶ ।

Get real time updates directly on you device, subscribe now.