୧୦ରେ ଆସିବେ ମହାମହିମ, ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ

ଭୁବନେଶ୍ୱର: ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପ୍ରବାସୀ ଭାରତୀୟ ସମ୍ମଳନୀ ଉଦଯାପନୀରେ ସାମିଲ ହେବେ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଆସିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ୧୪୦ ଦେଶରୁ ୫ ହଜାରରୁ ଊଦ୍ଧ୍ୱର୍ ପ୍ରବାସୀ ଭାରତୀୟ ଆସିବେ ।

ଶେଷଥର ପାଇଁ ପୁରୀରେ ଆୟୋଜିତ ନୌସେନା ଦିବସରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶା ଆସିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାମହିମ । ଚଳିତବର୍ଷ ପ୍ରଥମ ଥର ଲାଗି େନୈସେନା ଦିବସ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା ।ଜଗନ୍ନାଥ ଦର୍ଶନ କରି ରାଜ୍ୟର ଲୋକ ଏବଂ ଦେଶର ଲୋକ ଖୁସି ଓ ଆନନ୍ଦରେ ରୁହନ୍ତୁ । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ’ ବୋଲି ପ୍ରାର୍ଥନା କରିଥିବା କହିଥିଲେ ଦ୍ରୌପଦୀ ମୁର୍ମୁ । ଶ୍ରୀମନ୍ଦିର ଦର୍ଶନ ସାରି ବର୍ତ୍ତମାନ ରାଷ୍ଟ୍ରପତି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଉତ୍ସବରେ ତାଙ୍କ ସହ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ସାମିଲ ଅଛନ୍ତି । ଏହି ସମାରୋହରେ ଯୋଗ ଦେଇ ଦ୍ରୌପଦୀ ମୁର୍ମୁ ଅଭିଭାଷଣରେ କହିଥିଲେ, ‘ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ର ହୋଇଥିବାରୁ ପୁରୀ ଏକ ପ୍ରମୁଖ ତୀର୍ଥ କ୍ଷେତ୍ର ଭାବରେ ସାରା ବିଶ୍ୱରେ ସୁପରିଚିତ । ଅନେକ ସାଧୁ, ସନ୍ଥ ଓ ମହାମାô ପୁରୀରେ ପାଦ ଦେଇ ଧନ୍ୟ ହୋଇଛନ୍ତି ଏବଂ ଏ କ୍ଷେତ୍ରକୁ ମଧ୍ୟ ଧନ୍ୟ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀ ତା’ର ପ୍ରାଚୀନ ପରମ୍ପରାକୁ ଆଜି ବି ଅବ୍ୟାହତ ରଖିଛି ଯାହାର ନିଦର୍ଶନ ସ୍ୱରୂପ ପ୍ରାଚୀନ ବିଦ୍ୟା ସମ୍ପର୍କିତ ଏକାଧିକ ଅନୁଷ୍ଠାନ ପୁରୀରେ ଅନୁଷ୍ଠିତ ହୋଇଛି । ସେଥିମଧ୍ୟରୁ ଏହି ଆୟୁର୍ବେଦ ବିଦ୍ୟାପୀଠ ଅନ୍ୟତମ । ପରବର୍ତ୍ତୀ ସମୟରେ ଏହା ଗୋପବନ୍ଧୁ ଆୟୁର୍ବେଦ ପୀଠ ଭାବରେ ନାମିତ ହୋଇଥିଲା । ସମୟକ୍ରମେ ଏହା ଏକ ଅଗ୍ରଣୀ ବିଦ୍ୟାପୀଠ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଆୟୁର୍ବେଦ ବିଦ୍ୟାପୀଠ ରାଜ୍ୟ ତଥା ରାଜ୍ୟ ବାହାର ଏବଂ ବିଦେଶରେ ଥିବା ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଏହି ମହାବିଦ୍ୟାଳୟକୁ ଅନୁଦାନ ଦିଆଯାଉଛି । ସେଥିପାଇଁ ଉଭୟ ସରକାରଙ୍କୁ ସାଧୁବାଦ ଜଣାଉଛି ।’ ଦେଶ ବିଦେଶରେ ଯୋଗ ଏବଂ ଆୟୁର୍ବେଦ ଶିଖିବାକୁ ଇଚ୍ଛା କରୁଛନ୍ତି । ଖାଦ୍ୟପେୟରେ ସଂଯୋଗ ରକ୍ଷା କରି ଆମେ ସୁସ୍ଥ ରହିପାରିବା । ଯୋଗଯୁକ୍ତ ହୋଇ ରୋଗମୁକ୍ତ ରହିପାରିବା । ଆୟୁର୍ବେଦରେ ରୋଗର ଚିକିତ୍ସା ପାଇଁ ଉପାୟ ରହିଛି । ତାଳପତ୍ର ପୋଥିରେ ଆୟୁର୍ବେଦ ଚିକିତ୍ସାର ଅନେକ ଅବଦାନ ରହିଛି । ଛାତ୍ରଛାତ୍ରୀ ଆୟୁର୍ବେଦରେ ଅଧିକ ଗବେଷଣା କରି ଏହାକୁ ଲୋକଲୋଚନକୁ ଆଣିବା ନେଇ ଆଶା କରୁଛି ବୋଲି କହିଥିଲେ ରାଷ୍ଟ୍ରପତି ।