ନୂଆଦିଲ୍ଲୀ: କାରଗିଲ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ସମ୍ଭାଳିବା ପରେ ମୁର୍ମୁଙ୍କ ପକ୍ଷରୁ ପ୍ରଥମ ଟୁଇଟ୍ ସହିଦଙ୍କ ନାମରେ ରହିଛି। ରାଷ୍ଟ୍ରପତି ଲେଖିଛନ୍ତି, ପୂରା ଦେଶ ସହିଦ ଏବଂ ତାଙ୍କ ପରିବାରଙ୍କ ପ୍ରତି ସର୍ବଦା ଋଣି ରହିବ। ୧୯୯୯ରେ ଆଜିର ଦିନରେ ପାକିସ୍ତାନ ଭାରତୀୟ ବୀର ଯବାନଙ୍କ ସାମ୍ନାରେ ମୁଣ୍ଡ ନୁଆଁଇଥିଲା।
ରାଷ୍ଟ୍ରପତି ଭବନରୁ ଟୁଇଟ୍ କରି ଲେଖା ଯାଇଛି ଯେ, କାରଗିଲ୍ ବିଜୟ ଦିବସ ଆମର ସଶସ୍ତ୍ର ବଳଙ୍କ ଅସାଧାରଣ ବୀରତ୍ଵ, ପରାକ୍ରମ ଏବଂ ଦୃଢ ସଂକଳ୍ପର ପ୍ରତୀକ। ଭାରତମାତାର ରକ୍ଷା ପାଇଁ ନିଜର ପ୍ରାଣବଳୀ ଦେଇଥିବା ସମସ୍ତ ବୀର ସୈନିକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି। ସମସ୍ତ ଦେଶବାସୀ, ସେମାନଙ୍କ ଏବଂ ସେମାନଙ୍କ ପରିବାର ପ୍ରତି ସର୍ବଦା ଋଣି ରହିବେ। ଜୟ ହିନ୍ଦ !
कारगिल विजय दिवस हमारे सशस्त्र बलों की असाधारण वीरता, पराक्रम और दृढ़ संकल्प का प्रतीक है। भारत माता की रक्षा के लिए अपने प्राण न्योछावर करने वाले सभी वीर सैनिकों को मैं नमन करती हूं। सभी देशवासी, उनके और उनके परिवारजनों के प्रति सदैव ऋणी रहेंगे। जय हिन्द!
— President of India (@rashtrapatibhvn) July 26, 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସେ ଟୁଇଟ୍ କରିଛନ୍ତି, କାରଗିଲ୍ ବିଜୟ ଦିବସ ମା ଭାରତୀଙ୍କ ଶୌର୍ୟ୍ୟ, ବୀରତ୍ଵ ଏବଂ ଗାଥାର ପ୍ରତୀକ। ଏହି ଅବସରରେ ମାତୃଭୂମିର ରକ୍ଷାରେ ନିଜର ପରାକ୍ରମର ପରାକାଷ୍ଠା ଦେଖାଇଥିବା ଦେଶର ସମସ୍ତ ସାହସୀ ବୀରପୂତ୍ରଙ୍କୁ ମୋର ଶତ ଶତ ନମନ। ଜୟ ହିନ୍ଦ !
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଲେଖିଛନ୍ତି, କାରଗିଲ ବିଜୟ ଦିବସ ଭାରତୀୟ ସଶସ୍ତ୍ର ବଳର ଅଦ୍ୟମ ସାହସ ଏବଂ ଶୌର୍ୟ୍ୟର ପ୍ରତୀକ। ଆଜିର ଦିନ ଗୌରବାନ୍ଵିତ ହେବା ସହିତ ଆମ ଯବାନଙ୍କ ବୀରତ୍ଵକୁ ମନେ ରଖି ସମ୍ମାନ କରିବାର ଦିନ। ନିଜ ବାହାଦୂରୀରେ କାରଗିଲର ଶତ୍ରୁଙ୍କୁ ଘଉଡାଇ ପୁନଃ ତ୍ରିରଙ୍ଗା ଉଡାଇଥିବା ଯବାନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳୀ।