ଭୁବନେଶ୍ବର: ଆଜିଠୁ ବଦଳିଲା ଭୁବନେଶ୍ବର କୋର୍ଟର ଚିତ୍ର । ଉଦଘାଟିତ ହେଲା ବିଶ୍ବସ୍ତରୀୟ ଜୁଡିସିଆଲ କମ୍ପ୍ଲେକ୍ସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 5ଟା 15 ମିନିଟ ସମୟରେ ନବନିର୍ମିତ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି । ତେବେ ଏହି ଉଦଘାଟନ ସମୟରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଅତିଥି ଭାବେ ଯୋଗ ଦେଇଥିଲେ ।
ତେବେ ସୁପ୍ରିମକୋର୍ଟ ଭଳି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅତ୍ୟାଧୁନିକ କୋର୍ଟ ପରିଚାଳନା ହେବ । କ୍ରମିକ ନମ୍ବର ଅନୁସାରେ ଚାଲିବ କୋର୍ଟ । ଇଲୋକ୍ଟ୍ରୋନିକ୍ସ ବୋର୍ଡରେ ଯାହାରା ନାଁ ଆସିବ ସେ ଭିତରକୁ ଯିବ । ଏହି ବିଲ୍ଡିଂରେ 4ଟି କରିଡର ରହିଛି । 6 ମହଲା ବିଶିଷ୍ଟ ମୁଖ୍ୟ ବିଲ୍ଡିଂରେ 56ଟି ଅଦାଲତ ପ୍ରକୋଷ୍ଠ ସହିତ ରେକର୍ଡ ରୁମସ ପାଠାଗାର ଏବଂ ସମ୍ମିଳନୀ କକ୍ଷ ମଧ୍ୟ ନିର୍ମାଣ କରାଯାଇଛି । ସେହିପରି ମହିଳାଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ରକୋଷ୍ଠ କରାଯାଇଛି । ବେବି ଫିଡ୍ ରୁମ ସହିତ ପିଲାଙ୍କ ଖେଳ ପାଇଁ ସ୍ବତନ୍ତ୍ର ଜାଗା ତିଆରି କରାଯାଇଛି । ତେବେ ବିଲ୍ଡିଂ ପୁରା ଏସି କରାଯାଇଛି ।
ଅନ୍ୟପଟେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଣିକି କିଛି ମାତ୍ରାରେ ଟ୍ରାଫିକ ସମସ୍ୟା କମିବ । ମୁଖ୍ୟ ବିଲ୍ଡିଂ ପଛକୁ 2 ମହଲା ବିଶିଷ୍ଟ ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି । ପ୍ରାଶଥାଉକି, ପୂର୍ବରୁ ଏହି କୋର୍ଟକୁ ଉଦଘାଟନ ପାଇଁ ଏକ ତାରିଖ ଘୋଷଣା କରାଯାଇଥିଲା। କିନ୍ତୁ ବାତ୍ୟା ଦାନା ଯୋଗୁଁ ଉଦଘାଟନୀ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା । ପ୍ରକାଶଥାଉକି, 2012 ମସିହାରେ ଏହି ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା ।