fbpx
BSKY SKY
BSKY SKY

ଆଉ ଦୁଇ ଦିନ ପରେ ଓଡ଼ିଶା ଆସିବେ ରାଷ୍ଟ୍ରପତି: ବୁଲିଯିବେ ଶିମିଳିପାଳ ଅଭୟାରଣ୍ୟ

BSKY

ନୂଆଦିଲ୍ଲୀ: ଚଳିତ ମାସ ୪ ତାରିଖରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ଅବସରରେ ସେ କେବଳ ମୟୂରଭଞ୍ଜରେ ଅବସ୍ଥାନ କରିବେ। ୪ ତାରିଖ ଦିନ ରାଷ୍ଟ୍ରପତି କାଲାଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ହେଲିକପ୍ଟରରେ ମୟୂରଭଞ୍ଜକୁ ଆସିବେ। ଏହାର ପରଦିନ ଅର୍ଥାତ ୫ ତାରିଖରେ ସେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ।

ରାଷ୍ଟ୍ରପତି ତାଙ୍କର ଗସ୍ତ ସମୟରେ ବାରିପଦା ସର୍କିଟ୍ ହାଉସରେ ରହିବେ। ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ହେଉଛି ତାଙ୍କ ଜନ୍ମମାଟିକୁ ପ୍ରଥମ ଗସ୍ତ।

ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି। ନୂଆ ରୂପ ପାଉଛି ଗାଁ, ସେହିପରି ରାଇରଙ୍ଗପୁରବାସୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଅନୁରୂପ ଭାବରେ ବଢିବାରେ ଲାଗିଛି। ଯଦିଓ ରାଷ୍ଟ୍ରପତି ହେବା ପରେ ଏହା ଦୌପ୍ରଦୀ ମୁର୍ମୁଙ୍କର ତୃତୀୟ ଓଡିଶା ଗସ୍ତ ନିଜ ଜନ୍ମମାଟିକୁ କିନ୍ତୁ ଏହା ପ୍ରଥମ ଗସ୍ତ। ଯାହାକୁ ନେଇ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଏହି ଗସ୍ତ ସମୟରେ ଭୁବନେଶ୍ୱର ଆସିବେ ନାହିଁ।

 

Get real time updates directly on you device, subscribe now.