fbpx

ମହାମହିମଙ୍କ ଓଡିଶା ଗସ୍ତ, କେଉଁ କେଉଁ କାର୍ଯ୍ୟକ୍ରମରେ ଦେବେ ଯୋଗ ଜାଣନ୍ତୁ; ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଫେବୃୟାରୀ ୧୦ ଓ ୧୧ ତାରିଖରେ ଯଥାକ୍ରମେ ଓଡିଶା ଗସ୍ତରେ ଆସିଛନ୍ତି। ଏହା ପାଇଁ ତାଙ୍କ ଗସ୍ତକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ସୂଚନାମୁତାବକ ମାନ୍ୟବର ରାଷ୍ଟ୍ରପତି ୧୦ ତାରିଖ ସକାଳେ ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଁଚିବା ପରେ ପୂର୍ବାହ୍ନରେ ଉତ୍କଳ ମଣ୍ଡପ ଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦାନ କରିବେ । ଏହାପରେ ଅପରାହ୍ଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ୧୧ ତାରିଖ ସକାଳେ ରାଷ୍ଟ୍ରପତି ଶ୍ରୀ ଶ୍ରୀ ଲିଙ୍ଗରାଜମହାପ୍ରଭୁଙ୍କୁ ଦର୍ଶନ ସାରି ପୂର୍ବାହ୍ନରେ କଟକ ବିଦ୍ୟାଧରପୁରସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧିନସ୍ଥ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ୨ୟ ଜାତୀୟ ଧାନ କଂଗ୍ରେସର ସମ୍ମିଳନୀକୁ ଉଦଘାଟନ କରିବେ ।

ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଷ୍ଟ୍ରପତି ଯୋଗଦେବାକୁ ଥିବା ଉତ୍କଳମଣ୍ଡପ,ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଧାନ ଗବେଷଣା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡିକର ସିଧା ପ୍ରସାରଣ ନିମନ୍ତେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଭିନ୍ନ ଗଣମାଧ୍ୟମକୁ କମନ ଫିଡ୍ ବ୍ୟବସ୍ଥା କରାଯାଇଛି ।

ବିଭିନ୍ନ ସ୍ଥାନରେ ଦାୟିତ୍ୱନ୍ୟସ୍ଥ ବିଭାଗୀୟ ଅଧିକାରୀମାନେ ପରିଚୟ ପତ୍ର ସହିତ ଉପସ୍ଥିତ ରହି କାର୍ଯ୍ୟକ୍ରମ ଗୁଡିକରବିବରଣୀଓ ସୂଚନା ପ୍ରଦାନ କରିବେ । ରାଷ୍ଟ୍ରପତି ଙ୍କ ଗସ୍ତ ପାଇଁ ୨୦୦ ପୋଲିସ ଅଧିକାରୀଙ୍କୁ ଦାଇତ୍ୱ ଦିଆଯିବ।

Get real time updates directly on you device, subscribe now.