fbpx

ଜି-୨୦ ବୈଠକର ନିମନ୍ତ୍ରଣ କାର୍ଡକୁ ନେଇ ଚର୍ଚ୍ଚା, ”ପ୍ରେସିଡେଣ୍ଟ ଅଫ ଇଣ୍ଡିଆ” ପରିବର୍ତ୍ତେ ଲେଖା ଯାଇଛି…

ଓଡିଶା ଭାସ୍କର; ଆସନ୍ତା ସେପ୍ଟେମ୍ବର ୯ ତାରିଖରୁ ନୂଆଦିଲ୍ଲୀରେ ହେବାକୁ ଯାଉଛି ଜି -୨୦ ମହା ସମ୍ମିଳନୀ । ଏଥିଲାଗି ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଏକ ଚର୍ଚ୍ଚା ଦେଖିବାକୁ ମିଳିଛି ।

ନିମନ୍ତ୍ରଣ ପତ୍ରଟି ରାଷ୍ଟ୍ରପତିଙ୍କ ପକ୍ଷରୁ ପଠାଯାଇଛି, ଯେଉଁଥିରେ ”ପ୍ରେସିଡେଣ୍ଟ ଅଫ ଇଣ୍ଡିଆ” ପରିବର୍ତ୍ତେ ”ପ୍ରେସିଡେଣ୍ଟ ଅଫ ଭାରତ” ବୋଲି ଲେଖାଯାଇଛି । ଯାହାକୁ ନେଇ ବିରୋଧୀ ମେଣ୍ଟ ଦଳ ”ଇଣ୍ଡିଆ’ ନେତା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ନିମନ୍ତ୍ରଣ ପତ୍ରକୁ ନେଇ ସାଧାରଣରେ ମଧ୍ୟ ଚର୍ଚ୍ଚା ହେଉଛି ଯେ, ୨୦୨୪ ପୂର୍ବରୁ ଦେଶର ନାମ ଇଣ୍ଡିଆ ବଦଳରେ ଭାରତ ହୋଇଯିବ । ସେହିପରି ବିରୋଧୀ ମେଣ୍ଟ ଦଳ ‘ଇଣ୍ଡିଆ’ର ନେତାମାନେ ଏହି ନିମନ୍ତ୍ରଣ ପତ୍ରକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କଂଗ୍ରେସ ନେତା ଜୟରାମ ରମେଶ ମଙ୍ଗଳବାର କହିଛନ୍ତି ଯେ ରାଷ୍ଟ୍ରିୟ ଭବନ ସାଧାରଣ ”ପ୍ରେସିଡେଣ୍ଟ ଅଫ ଇଣ୍ଡିଆ” ବଦଳରେ ”ପ୍ରେସିଡେଣ୍ଟ ଅଫ ଭାରତ” ନାମରେ ନିମନ୍ତ୍ରଣ ପଠାଇଛନ୍ତି । ଏକ୍ସରେ ଏକ ପୋଷ୍ଟକରି ସେ ସମ୍ବିଧାନର ଧାରା ୧ କୁ ଉଲ୍ଲେଖ କରିଛନ୍ତି ଯେ “ଇଣ୍ଡିଆ, ଅର୍ଥାତ୍ ଭାରତ । ଏହା କଣ ଏକ ୟୁନିଅନ୍ ଅଫ୍ ଷ୍ଟେଟ୍ସ ହେବ” ଏବଂ ବର୍ତ୍ତମାନ ଏହି “ୟୁନିଅନ୍ ଅଫ୍ ଷ୍ଟେଟ୍ସ” ମଧ୍ୟରେ କାର୍ଯ୍ୟକ୍ରମ ହେବାକୁ ଯାଉଛି? ଏଭଳି ସେ ଏକ୍ସ କରି ମୋଦି ସରକାରଙ୍କୁ ଆକ୍ରମଣର କରିଛନ୍ତି । ମୋଟାମୋଟି ଭାବେ ‘ଇଣ୍ଡିଆ’ ମେଣ୍ଟ ଦଳ ନାମ ପାଇଁ ସରକାର ଏଭଳି ପରିବର୍ତ୍ତନ ଆଣିଥିବା କଥା ରମେଶ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିହାସକୁ ବିକୃତ କରି ଇଣ୍ଡିଆକୁ ବିଭାଜନ କରି ପାରିବେ, ଅର୍ଥାତ୍ ଭାରତ, ଯାହା ହେଉଛି ଏକ ୟୁନିଅନ୍।

ସେହିପରି ଅନ୍ୟ ମୋଦି ବିରୋଧୀ କହିଛନ୍ତି, ବିରୋଧୀ ଦଳଙ୍କ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯିବା ପରେ ଡରିଯାଇଛନ୍ତି ମୋଦୀ ସରକାର । ତେଣୁ ଇଣ୍ଡିଆ ବଦଳରେ ଏବେ ଭାରତ ଲେଖିବା ଆରମ୍ଭ କରିଛନ୍ତି । ଅନ୍ୟପଟେ ଏହା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି କହିଛନ୍ତି, ଆପ ସାଂସଦ ସଂଜୟ ସିଂହ । ସେ କହିଛନ୍ତି ଭାରତର ସମ୍ବିଧାନରେ ପ୍ରଥମ ବାକ୍ୟ ଲେଖା ଅଛି ‘ଇଣ୍ଡିଆ ଦାଟ ଇଜ୍ ଭାରତ’। ହେଲେ ଏହାକୁ ବଦଳାଇ ସମ୍ବିଧାନ ଉପରେ ବଡ ଆକ୍ରମଣ କରାଯାଉଛି । ବିରୋଧୀ ମେଣ୍ଟକୁ ବିରୋଧ କରିବା ଆଳରେ ମୋଦୀ ସରକାର ସମ୍ବିଧାନକୁ ପରିବର୍ତନ କରିବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ସାଂସଦ ସଂଜୟ ସିଂ।

Get real time updates directly on you device, subscribe now.