fbpx

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା

Advertisement

ନୂଆଦିଲ୍ଲୀ: ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ଅପରାହ୍ନ ୩ଟାରେ ଭାରତୀୟ ନିର୍ବାଚନ କମିଶନ ପ୍ରେସମିଟ୍ କରିବେ, ଯେଉଁଥିରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରାଯିବ । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ କରିବେ ।

ସମ୍ବିଧାନର ଧାରା ୬୨ କୁ ଦର୍ଶାଇ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବ ଏବଂ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ଏହା ପୂର୍ବରୁ ଶେଷ ହେବା ଉଚିତ ।

ସଂସଦର ଉଭୟ ଗୃହର ସଦସ୍ୟଙ୍କ ବ୍ୟତୀତ ସମସ୍ତ ରାଜ୍ୟର ବିଧାନସଭାର ନିର୍ବାଚିତ ସଦସ୍ୟ, ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ କେନ୍ଦ୍ର ଶାସିତ ପୁଡୁଚେରୀର ବିଧାନସଭା ସଦସ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇପାରିବେ । ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ୧୭ ଜୁଲାଇରେ ହୋଇଥିଲା ଓ ୨୦ ଜୁଲାଇରେ ଭୋଟଗଣନା କରାଯାଇଥିଲା ।

ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପାଖରେ ୪୮.୯ ପ୍ରତିଶତ ଭୋଟ ରହିଥିବା ବେଳେ ବିରୋଧୀ ପାଖରେ ରହିଛି ୫୧.୧ ପ୍ରତିଶତ । ତେବେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ୧.୨ ପ୍ରତିଶତ ଭୋଟ ପଛରେ ରହିଛି । ତେଣୁ ଏଭଳି ସ୍ଥିତିରେ ବିଜେପି ଓଡ଼ିଶାର ବିଜେଡି, ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଓ ବିହାରର ଜେଡିୟୁ ସହ ବୁଝାମଣା କରିବାକୁ ଚାହୁଁଛି ।

Get real time updates directly on you device, subscribe now.