ଭୁବନେଶ୍ୱର: ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଅନିୟମିତତା ଉପରେ ଆଲୋକପାତ କରିଛନ୍ତି ସିଏଜି । ଅର୍ଥ ଥିଲେ ମଧ୍ୟ ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇ ପାରି ନଥିବା କୁହାଯାଇଛି । କେବଳ ସେତିକି ନୁହେଁ ଏମିତି ଅନେକ ଅନିୟମିତତା ରିପୋର୍ଟରେ ସେ ଦେଖାଇଥିବା କହିଛନ୍ତି । କଣ୍ଟ୍ରାକ୍ଟରଙ୍କୁ ୫୫୫ କୋଟି ଟଙ୍କାର ସହାୟତା ମଧ୍ୟ ଦିଆଯାଇଛି । ଏଥିସହିତ ଗୋଟିଏ କାମକୁ ଦୁଇ ଥର ଲେଖାଏଁ କାମ ହେଉଥିବା ସେ ପ୍ରକାଶ କରିଛନ୍ତି । ସେପଟେ ୨୧୨ କୋଟିର ୟୁଟିଲାଇଜେସନ ସାର୍ଟିଫିକେଟ ଏଯାବତ ମିଳିପାରିନାହିିଁ । ଏହିଭଳି କିଛି ଅନିୟମିତତା ଉପରେ ପ୍ରଶ୍ନ କରିଛନ୍ତି ସିଏଜି ।
ଓଡ଼ିଶାରେ ପ୍ରାୟ ୬୧.୮୦ ଲକ୍ଷ ହେକ୍ଟର ଚାଷ ଜମି ଅଛି । ଏବଂ ସେଥି ମଧ୍ୟରୁ ୪୯.୯୦ ଲକ୍ଷ ହେକ୍ଟର ଜମିକୁ ବୃହତ, ମଧ୍ୟମ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡ଼ିକ ଦ୍ଵାରା ଜଳସେଚନ କରାଯାଇ ପାରିବ । ଓଡ଼ିଶାରେ ଭୂପୃଷ୍ଠ କଳସେଚନ ପାଇଁ ଉପଲବ୍ଧ ଜଳର ପରିମାଣ ବାର୍ଷିକ ହାରାହାର ୯୫,୫୪ ଶତ କୋଟି ଘନ ମିଟର ହେବ ବୋଲି ଆକଳନ କରାଯାଇଛି । ରାଜ୍ୟରେ ଜଳସମ୍ପଦର ସୁପରିଚାଳନା ପାଇଁ ୭ ଟି ବୃହତ୍, ୪୦ ଟି ମଧ୍ୟମ ଏବଂ ୨,୩୪୦ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ୟ୍ୟକ୍ଷମ ଅଛି । ଭୂପୃଷ୍ଠ ଜଳସେଚନପାଇଁ ୨୦୧୪-୧୫ ରୁ ୨୦୧୯-୨୦ ଅବଧି ମଧ୍ୟରେ ୩୦,୩୬୬.୫୧ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି । ଯେଉଁଥିରୁ ୨୫,୧୫୩.୩୫ କୋଟି ଟଙ୍କା ବ୍ୟୟ ହୋଇଛି ।
ରାଜ୍ୟର ଆର୍ଥିକ ସ୍ଥିତି ନେଇ ସୂଚନା ଦେଇଛି ସିଏଜି ରିପୋର୍ଟ । ୨୦୨୦-୨୧ ଘରୋଇ ଉତ୍ପାଦ(ଜିଏସଡିପି) ୫,୦୯,୫୭୪ କୋଟି ଟଙ୍କା ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଜିଏସଡିପିରେ ସେବା କ୍ଷେତ୍ର ପାଇଁ ୩୭.୧୬ ପ୍ରତିଶତ ଯୋଗଦାନ ସହ ଶିଳ୍ପ ପାଇଁ ୩୧.୭୩%, କୃଷି ପାଇଁ ୧୮.୬୧ % ଯୋଗଦାନ କରାଯାଇଛି । ୯୦୭୬ କୋଟିର ରାଜସ୍ୱ ବଳକା ହାସଲ; ଆର୍ଥିକ ନିଅଣ୍ଟ ୯୭୮୬ କୋଟି । ଆର୍ଥିକ ନିଅଣ୍ଟ ଜିଏସଡିପିର ମାଇନସ ୧.୯୨ ପ୍ରତିଶତ ରହିଥିବା ସୂଚନା ମିଳିଛି । ୨୦୨୦-୨୧ ବର୍ଷରେ ରାଜସ୍ୱ ପ୍ରାପ୍ତି ୧,୦୪,୩୮୭ କୋଟି; ଜିଏସଡିପିର ୨୦.୪୯% । ରାଜସ୍ୱ ବ୍ୟୟ ୯୫୩୧୧ କୋଟି; ଜିଏସଡିପି, ୧୮.୭୦ ପ୍ରତିଶତ । ବର୍ଷର ଶେଷ ଦିନ ୨୦୨୧ ମାର୍ଚ୍ଚ ୩୧ରେ ୩୨,୫୫୬ କୋଟି ଫେରିଛି । କୋଭିଡ୍ ପାଇଁ ବିଭିନ୍ନ ବିଭାଗ ଅର୍ଥ ଖର୍ଚ୍ଚ କରିପାରିନଥିବା ସୂଚନା ମିଳିଛି ।