fbpx

ବଢ଼ିପାରେ ଜମି ଓ ଘର ମୂଲ୍ୟ

ଭୁବନେଶ୍ୱର: ରାଜ୍ୟ ସରକାର ଅସ୍ଥାବର ସମ୍ପତିର ବେଞ୍ଚ ମାର୍କ ଭାଲ୍ୟୁ (ବିଏମଭି) ସଂଶୋଧନ କରିବାକୁ ଯାଉଛନ୍ତି । ଏଥିପାଇଁ ବୋର୍ଡ ଅଫ୍ ରେଭେନ୍ୟୁ ଆଇଜି ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ତରୀୟ ମୂଲ୍ୟାୟନ କମିଟିକୁ ଚିଠି ଲେଖିଛନ୍ତି । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏହି ପ୍ରକ୍ରିୟା ହେବ ।

ତେବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଜମି ଏବଂ ଘର ମହଙ୍ଗା ହୋଇପାରେ । ପୂର୍ବରୁ ବିଏମଭି ଭାଲ୍ୟୁ ସଂଶୋଧନ ପାଇଁ ପ୍ରସ୍ତାବ ରହିଥିଲା । ତେବେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ୨୦୧୯-୨୦ର ସଂଶୋଧିତ ବିଏମଭି ଲାଗୁ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା । ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧିତ ବିଏମଭିକୁ ସ୍ଥଗିତ ରଖାଯାଇଥିଲା । ଏବେ କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଏବଂ କଟକଣା କୋହଳ ହୋଇଥିବାରୁ ବିଏମଭି ସଂଶୋଧନ କରି ପୁନଃନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ହୋଇଛି । ତହସିଲ ଏବଂ ଜିଲ୍ଲା ସ୍ତରରେ ମୂଲ୍ୟାୟନ  କମିଟି ଗଠନ କରିବାକୁ କୁହାଯାଇଛି ।

 

 

 

Get real time updates directly on you device, subscribe now.