fbpx

ରସଗୋଲା ପ୍ରେମୀଙ୍କ ପାଇଁ ଦୁଃଖ ଖବର ; ବଢିଲା ପାହଳ ରସଗୋଲାର ଦାମ୍

ଭୁବନେଶ୍ୱର : ରସଗୋଲା ପ୍ରେମୀଙ୍କ ପାଇଁ ଦୁଃଖ ଖବର । ଆସନ୍ତାକାଲିରୁ ବଢିବ ରସଗୋଲାର ଦାମ୍ । ଏବେ ସିଧା ସଳଖ ରସଗୋଲା ପ୍ରେମୀଙ୍କ ପକେଟରେ ମହଙ୍ଗାମାଡ ହେବ । କିଲୋ ପିଛା ୨୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଏଣିକି ୫ ଟଙ୍କିଆ ରସଗୋଲାର ଦାମ୍ ୬ଟଙ୍କା, ୧୦ ଟଙ୍କିଆ ରସଗୋଲାର ମିଠା ଦାମ୍ ୧୨ ଟଙ୍କା, ୨୦ ଟଙ୍କିଆ ମିଠା ଦାମ ୨୫ ଟଙ୍କା ଦାମରେ ବିକ୍ରି ହେବ । ସେହିପରି ଛେନା ଗଜା କିଲୋ ପିଛା ୨୨୦ଟଙ୍କା, ଛେନା ପୋଡ କିଲୋ ପିଛା ୨୮୦ ଟଙ୍କାରେ ବିକ୍ରି ହେବ । ଏହି ବର୍ଦ୍ଧିତ ଦର ଆସନ୍ତାକାଲି ଅର୍ଥାତ୍ ୨୩ ତାରିଖରୁ ଲାଗୁ ହେବ ।

କ୍ଷୀର ଦର ବୃଦ୍ଧି ଯୋଗୁଁ ପାହାଳ ରସଗୋଲା ବଜାରରେ ଏହି ପ୍ରଭାବ ଦେଖିବାକୁ ମିଳିଛି । ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ଛେନା କିଲୋ ପିଛା ୨୦ ଟଙ୍କା ବୃଦ୍ଧି ହୋଇଛି । ଯାହା ଫଳରେ ମିଠା ବ୍ୟବସାୟୀ ସଂଘ ମହଙ୍ଗାମାଡର ଶିକାର ହୋଇଥିଲେ । ତେଣୁ ରସଗୋଲା ଦର ବୃଦ୍ଧି ଦାବିରେ ୨୦ରୁ ୨୨ ପାହାଳ ବଜାର ବନ୍ଦ ରହିଥିଲା । ଏହି ଧର୍ମଘଟରେ ୭୦ ଜଣ ଦୋକାନୀ ସାମିଲ ହୋଇଥିଲେ ।

Get real time updates directly on you device, subscribe now.