fbpx

ଧାର୍ଯ୍ୟ ହେଲା କୋଭିସିଲଡ୍ ଟିକାର ଦର

ନୁଆଦିଲ୍ଲୀ, ୨୧/୦୪ : କରୋନା ଦ୍ୱିତୀୟ ଲହରର ମୁକାବିଲା ପାଇଁ ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି କେନ୍ଦ୍ର ସରକାର । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ୫୦ ପ୍ରତିଶତ ଟିକା ଏବଂ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଟିକା ଦର ଧାର୍ଯ୍ୟ କରିଛି ବିଶ୍ୱର ସବୁଠୁ ବଡ ଟିକା ଉତ୍ପାଦନକାରୀ ସଂସ୍ଥା ସିରମ ଇନଷ୍ଟିଚ୍ୟୁଟ୍ । କୋଭିସିଲଡ ଟିକାର ଦର ଆଜି ଧାର୍ଯ୍ୟ କରାଯାଇଛି । ଏଥିସହ ଖୋଲା ବଜାରରେ ଟିକା ଉପଲବ୍ଧ କରିବା ପାଇଁ ଘୋଷଣା କରିଛି ସିରମ୍ ଇନଷ୍ଟିଚ୍ୟୁଟ୍ । ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ୍ ର ଦର ୪ ଶହ ଟଙ୍କା ଏବଂ ଘରୋଇ ହସ୍ପିଟାଲ୍ ପାଇଁ ଟିକାର ଦର ୬ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ନିକଟରେ କେନ୍ଦ୍ର ପକ୍ଷରୁ ଘୋଷଣା ଅନୁସାରେ ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯାଇ ପାରିବ ।

ସୁଚନାଯୋଗ୍ୟ, ଆଜି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରାଇଭେଟ୍ କମ୍ପାନୀର ସିଇଓ ଅଦର ପୁନାୱାଲା ଟିକା ଡୋଜ୍ ର ଦର ଧାର୍ଯ୍ୟ କରିଛନ୍ତି । ପୂର୍ବରୁ କେବଳ କେନ୍ଦ୍ର ସରକାର ଟିକା କିଣୁଥିଲେ ହେଲେ ଏବେ ରାଜ୍ୟ ସରକାର ମଧ୍ୟ ଟିକା କିଣିପାରିବେ । ଏନେଇ ଆଜି ଟିକା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଆଜି କେବଳ ଘୋଷଣା କରାଯାଇଛି । ଆଗକୁ ଅର୍ଥାତ୍ କିଛି ଦିନ ପରେ ଏହା ବଜାରରେ ଉପଲବ୍ଧ କରାଯିବ । ଏବେ ଟିକା ପ୍ରସ୍ତୁତକାରୀ କମ୍ପାନୀ କେନ୍ଦ୍ର ସରକାରଙ୍କୁ ୨୫୦ ଟଙ୍କାରେ ଟିକା ଡୋଜ୍ ଯୋଗାଉଥିଲେ ।

Get real time updates directly on you device, subscribe now.