fbpx

ନୂଆବର୍ଷରେ ବଢିଲା ଏଲପିଜି ସିଲିଣ୍ଡରର ଦାମ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ,୧ ।୧: ତୈଳ କମ୍ପାନୀଗୁଡିକ ନୂଆବର୍ଷର ପ୍ରଥମ ଦିନରେ ହିଁ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ଗତ ମାସରେ ଗ୍ୟା ସିଲିଣ୍ଡରର ଦାମ୍ ପ୍ରାୟ ୧୦୦ ଟଙ୍କା ବଢିଥିଲା । ଜାନୁଆରୀ ୧ ଅର୍ଥାତ୍ ଆଜି ଯେଉଁ ବୃଦ୍ଧି ହୋଇଛି, ତାହା କମର୍ସିଆଲ ସିଲିଣ୍ଡରରେ ହୋଇଛି । ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡରରେ ଆଜି କୌଣସି ବୃଦ୍ଧି ହୋଇନାହିଁ । ଗତ ମାସରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପାଖାପାଖି ୧୦୦ ଟଙ୍କା ବୃଦ୍ଧି ପାଇଥିଲା ।

ଇଣ୍ଡିଆନ୍ ଅଏଲ ମୁତାବକ, ଜାନୁଆରୀ ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦାମ୍ ୧୩୪୯ ଟଙ୍କାକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ୧୫ ଡିସେମ୍ବରରେ ଏହାର ଦାମ୍ ୧୩୩୨ ଟଙ୍କା ଥିଲା । ଅର୍ଥାତ୍ ପ୍ରତି ସିଲିଣ୍ଡର ପିଛା୧୭ ଟଙ୍କା ବୃଦ୍ଧି ପାଇଛି । କଲିକତାରେ ଏହାର ଦାମ୍ ୧୪୧୦, ଚେନ୍ନାଇରେ ୧୪୬୩.୫୦ ଓ ମୁମ୍ବାଇରେ ୧୨.୮୦.୫୦ ଟଙ୍କା ରହିଛି ।

Get real time updates directly on you device, subscribe now.