fbpx
BSKY SKY
BSKY SKY

ଦୁଇ ମାସ ମଧ୍ୟରେ ସାରା ବିଶ୍ୱରେ ୫୫% ବଢିଛି ଚିନି ମୂଲ୍ୟ, ଭାରତରେ ବି ବଢିପାରେ ମୂଲ୍ୟ

BSKY

ନୂଆଦିଲ୍ଲୀ: ଏବେ ବିଶ୍ୱର ବିକାଶଶୀଳ ଦେଶମାନଙ୍କରେ ଚିନିର ଦର ଆକାଶଛୁଆଁ ରହିଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଗତ ୨ ମାସ ଭିତରେ ଚିନିର ମୂଲ୍ୟ ୫୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୨୦୧୧ପରେ ଏବେ ସାରାଂ ବିଶ୍ୱରେ ଚିନି ଦର ଅଧିକ ରହିଛି । ବିଶ୍ୱର ଦ୍ୱିତୀୟ ଓ ତୃତୀୟ ବୃହତ୍ତ ଚିନି ଉତ୍ପାଦକ ଦେଶ ଭାରତ ଓ ଥାଇଲାଣ୍ଡରେ ଚଳିତ ବର୍ଷ ଶୁଷ୍କ ଜଳବାୟୁ କାରଣରୁ ଆଖୁଚାଷ ପ୍ରଭାବିତ ହୋଇଛି । ଫଳରେ ଚିନି ରପ୍ତାନୀ ହ୍ରାସ ପାଇଛି । ଏହା ସେହି ବିକାଶଶୀଳ ଦେଶଙ୍କ ଲାଗି ଏକ ବଡ ଝଟକା ଯେଉଁମାନେ ପୂର୍ବରୁ ଚାଉଳ ପରି ମୁଖ୍ୟ ଖାଦ୍ୟପଦାର୍ଥର ଅଭାବକୁ ନେଇ ସଂକଟରେ ଅଛନ୍ତି । ଏହି କାରଣରୁ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଏବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି ହୋଇଛି କି ଚିନି ଉତ୍ପାଦକ ଦେଶ ଭାରତରେ କ’ଣ ଚିନି ମୂଲ୍ୟ ବଢିଯିବ । ତେବେ ଚିନି ମାର୍କେଟ୍ ବିଶେଷଜ୍ଞ କହିଛନ୍ତି ଏବେ ଭାରତରେ ଏପରି ସ୍ଥିତି ଉପୁଜି ନାହିଁ । ଭାରତ ପାଖରେ ଚିନି ଷ୍ଟକର ଅଭାବ ନାହିଁ । ତେଣୁ ଏବେ ମୂଲ୍ୟ ବୃଦ୍ଧି ଘଟିବାର ସମ୍ଭାବନା ନାହିଁ ।

ତେବେ ଜଳବାୟୁ ପରିବର୍ତ୍ତନ କାରଣରୁ ଅଲ୍ ନିନୋ, ୟୁକ୍ରେନରେ ଯୁଦ୍ଧ ଓ ମୁଦ୍ରା ଦୂର୍ବଳ ହେଉଥିବା କାରଣରୁ ବିଶ୍ୱରେ ଖାଦ୍ୟ ଅସୁରକ୍ଷା ସ୍ଥିତି ଉପୁଜିଛି । ପାଶ୍ଚାତ୍ୟ ଦେଶଗୁଡିକ ଏହି ଉଚ୍ଚ ମୁଦ୍ରାସ୍ଫୀତିକୁ ସାମ୍ନା କରିବାକୁ ସକ୍ଷମ ଥିବା ବେଳେ ଗରିବ ଦେଶକୁ ସଂଘର୍ଷର ସାମ୍ନା କରିବାକୁ ପଡୁଛି । ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ଅନୁମାନ ଲଗାଯାଇଛି କି ୨୦୨୩-୨୪ରେ ଚିନିର ବୈଶ୍ୱିକ ଉତ୍ପାଦନ ୨% ପର୍ଯ୍ୟନ୍ତ କମ୍ ରହିବ । ଫଳରେ ବୈଶ୍ୱିକ ଚିନି ଉତ୍ପାଦନରେ ପ୍ରାୟ ୩୫ ଲକ୍ଷ ଟନ୍ ହ୍ରାସ ଘଟିବ ।

ଭାରତୀୟ ଚିନି ମିଲ୍ ସଂଘ ଇସ୍‌ମା କହିଛି ଚଳିତ ବର୍ଷ ଭାରତରେ ଚିନି ଉତ୍ପାଦନ ୮% ହ୍ରାସ ପାଇବ । ଭାରତ ଚିନିର ସବୁଠାରୁ ବଡ ଉପଭୋକ୍ତା ଦେଶ ମଧ୍ୟ ଅଟେ ଓ ଏବେ ଏଠାରେ ଚିନି ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଯାଉଛି । ସେହିପରି ଥାଇଲାଣ୍ଡ ସୁଗାର ପ୍ଲାଣ୍ଟସ୍ ଆସୋସିଏସନର ନେତା କହିଛନ୍ତି ତାଙ୍କ ଦେଶରେ ଅଲ୍ ନିନୋ ପ୍ରଭାବରେ କେବଳ ଆଖୁଚାଷ ବାଧାପ୍ରାପ୍ତ ହୋଇନାହିଁ ଫସଲର ଗୁଣବତ୍ତା ବି ବଦଳିଛି । ଆମେରିକା କୃଷି ବିଭାଗର ଆକଳନ ଅନୁଯାୟୀ ଅକ୍ଟୋବରରେ ଥାଇଲାଣ୍ଡରେ ଆଖୁ ଉତ୍ପାଦନ ୧୫% ହ୍ରାସ ପାଇବ ।

Get real time updates directly on you device, subscribe now.