fbpx

ବଡ଼ ଖବର: ଏହି ତାରିଖରୁ ଓଡ଼ିଶାରେ ଖୋଲିବ ପ୍ରାଥମିକ ସ୍କୁଲ, ଜାଣନ୍ତୁ କେବେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ରାଜ୍ୟରେ ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ୩ ତାରିଖରୁ ଖୋଲିବ । ୩ ତାରିଖରୁ ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ଚାଲିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଏହା ସହ ଯେଉଁ ସ୍କୁଲରେ ସମ୍ମେଟିଭ ପରୀକ୍ଷା ହେବ, ସେଠାରେ ସ୍କୁଲ ୧୦ରୁ ଖୋଲିବ । କୋଭିଡ ଗାଇଡଲାଇନ ମାନି ସ୍କୁଲ ଖୋଲିବ ଓ ପାଠପଢ଼ା ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.