fbpx

ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ବିଶ୍ୱ ଭାଗିଦାରୀ ସମ୍ମିଳନୀରେ ସମସ୍ତେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଶ୍ୱ ଭାଗିଦାରୀ ସମ୍ମିଳନୀ-୨୦୨୩ରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଆସନ୍ତା ୧୨ରୁ ୧୪ ତାରିଖ ମଧ୍ୟରେ ନୂଆଦିଲ୍ଲୀରେ ଏହି ଶିଖର ବୈଠକ ଅନୁଷ୍ଠିତ ହେବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଶ୍ୱ ଭାଗିଦାରୀ ଏକ ବହୁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ, ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବନ୍ଧୀୟ ଥିଓରି ଓ ପ୍ରାକ୍ଟିସ୍‍ ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିବା ସହ ଏ କ୍ଷେତ୍ରରେ ଆଧୁନିକ ଗବେଷଣା ପାଇଁ ପଥ ଉନ୍ମୁକ୍ତ କରିବ ।

ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟାପକ ପ୍ରଭାବବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବୈଷୟିକ ଜ୍ଞାନ, , ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରରେ ଏହା ସକାରାତ୍ମକ ପ୍ରଭାବ ପକାଇଛି । ଗତ ୧୦ ବର୍ଷ ମଧ୍ୟରେ ଭାରତୀୟମାନେ ବୈଷୟିକ ଜ୍ଞାନ ସହାୟତାରେ ବିକାଶ ହାସଲ କରିପାରିଛନ୍ତି । ଦେଶରେ ମୋବାଇଲ ଫୋନ୍‍ର ପ୍ରସାର ଘଟିବା ସହ ଇଣ୍ଟରନେଟ୍‍ ଯୋଗାଯୋଗ ଓ ଡିଜିଟାଲ ବ୍ୟବସ୍ଥା ବୃଦ୍ଧି ପାଇଛି ।

ଭାରତ ଏକ ଉନ୍ନତ ଷ୍ଟାର୍ଟ-ଅପ୍‍ ଇକୋ ସିଷ୍ଟମ ଓ ଏହାର ପ୍ରତିଭାଶାଳୀ ପେଶାଦାରମାନଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିକାଶରେ ସକ୍ରିୟ ଅବଦାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଯେଉଁ ସମାଧାନ ପନ୍ଥା ବାହାର କରୁଛି ସେଗୁଡ଼ିକ ନିରାପଦ, ସ୍ଥାୟୀ, ସହଜ ଏବଂ ଆନ୍ତର୍ଜାତିକ ସ୍ତରରେ ସହଜରେ ସାମିଲ ହୋଇପାରିବ ।

Get real time updates directly on you device, subscribe now.