fbpx
BSKY
BJD YOUTH SKY
BJD MS SKY

ଏହି ରାଜ୍ୟକୁ ସାଢେ ୫ ହଜାର କୋଟିର ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଜୟପୁର: ଗୋଟିଏ ପଟେ ଦେଶର ୪ଟି ରାଜ୍ୟରେ ଉପ-ନିର୍ବାଚନ ଚାଲିଥିବା ବେଳେ ଅନ୍ୟ ପଟେ ଏହି ରାଜ୍ୟକୁ କୋଟି କୋଟି ଟଙ୍କାର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରାଜସ୍ଥାନକୁ ପ୍ରାୟ ସାଢେ ୫ ହଜାର କୋଟି ଟଙ୍କାର ଭେଟି ଦେଇଛନ୍ତି । ୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସିରୋହି ଜିଲ୍ଲାର ଆବୁ ରୋଡରେ ଦଳ ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ଏହି ବିକାଶମୂଳକ କାର୍ୟ୍ୟ ପାଇଁ ମୁଁ ରାଜସ୍ଥାନର ସମସ୍ତ ବାସିନ୍ଦାଙ୍କୁ ଅଭିନନ୍ଦନ ଜଣାଉଛି। ରାଜସ୍ଥାନ ଯେତେ ବିକାଶ କରିବ, ଦେଶର ବିକାଶ ସେତିକି ଗତି କରିବ। ରାଜସ୍ଥାନର ଆଧୁନିକ ଭିତ୍ତିଭୂମି ଉପରେ କେନ୍ଦ୍ର ସରକାର ବହୁ ଗୁରୁତ୍ୱ ଦେଉଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ମୁଁ ଭଗବାନ ଶ୍ରୀନଥ ଏବଂ ମେୱାରର ଏହି ବୀର ଭୂମିରେ ପାଦ ରଖିଥିବାରୁ ଅତ୍ୟନ୍ତ ଖୁସୀ ଅନୁଭବ କରୁଛି । ଏଠାକୁ ଆସିବା ପୂର୍ବରୁ ମୋର ପ୍ରଭୁ ଶ୍ରୀନାଥଙ୍କ ଦର୍ଶନ ହୋଇଥିବାରୁ ମୁଁ ଅତ୍ୟନ୍ତ ସୌଭାଗ୍ୟ ମନେ କରୁଛି । ରାଜ୍ୟର ବିକାଶ ମାଧ୍ୟମରେ ଦେଶର ବିକାଶ ମନ୍ତ୍ର ଉପରେ ଭାରତ ସରକାର ବିଶ୍ୱାସ କରନ୍ତି। ରାଜସ୍ଥାନ ହେଉଛି ଦେଶର ସବୁଠାରୁ ବଡ ରାଜ୍ୟ । ରାଜସ୍ଥାନ ଯେତେ ବିକାଶ କରିବ, ଭାରତର ବିକାଶ ମଧ୍ୟ ସମାନ ଗତି ହେବ।

କ’ଣ ଥିଲା ଉପହାର

ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ ଲାଇନ ବିଶିଷ୍ଟ ସଡକ ନିର୍ମାଣ ଏବଂ ଉଦୟପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି ।

ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି । ସେଥିମଧ୍ୟରେ ଉଦୟପୁରର ୪୮ ନମ୍ବର ଜାତୀୟ ରାଜପଥର ୧୧୪ କିଲୋମିଟର ପର୍ଯ୍ୟନ୍ତ ଛଅ ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ, ୨୫ ନମ୍ବର ଜାତୀୟ ରାଜପଥର ୧୧୦ କିଲୋମିଟର ପର୍ଯ୍ୟନ୍ତ ଚାରି ଲେନ ବିଶିଷ୍ଟ ସଡକ ନିର୍ମାଣ ,

ଜାତୀୟରାଜପଥ-୫୮ର ୪୭ କିଲୋମିଟର ପର୍ଯ୍ୟନ୍ତ ଦୁଇ ଲାଇନ୍ ବିଶିଷ୍ଟ ସଡକ ନିର୍ମାଣ ପ୍ରକଳ୍ପଗୁଡିକକୁ ପ୍ରଧାନୀମନ୍ତ୍ରୀ ମୋଦୀ ଉଦଘାଟନ କରିଛନ୍ତି ।

ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍ ହସ୍ପିଟାଲର ଭିତ୍ତିପ୍ରସ୍ଥର, ଶିବମଣି ବୃଦ୍ଧାଶ୍ରମ ଗୃହର ଦ୍ୱିତୀୟ ପର୍ଯ୍ୟୟ ଏବଂ ନର୍ସିଂ କଲେଜର ସମ୍ପ୍ରସାରଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନା କରିଛନ୍ତି ।

 

Get real time updates directly on you device, subscribe now.