fbpx

ଇଟାଲିରେ G7ର ୫୦ତମ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ତୃତୀୟ କାର୍ଯ୍ୟକାଳରେ ପ୍ରଥମ ବିଦେଶ ଯାତ୍ରା

Advertisement

ନୂଆଦିଲ୍ଲୀ: ଆଜି ଇଟାଲିରେ ୫୦ତମ G7 ନେତାଙ୍କ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଇଟାଲୀ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର କାର୍ଯ୍ୟଭାର ଗ୍ରହଣ କରିବା ପରେ ମୋଦୀଙ୍କ ଏହା ପ୍ରଥମ ବିଦେଶ ଯାତ୍ରା । ଜୁନ ୧୩ରୁ ୧୫ ପର୍ଯ୍ୟନ୍ତ ଇଟାଲିର ବର୍ଗୋ ଏଗଜାନିଆ ରିସର୍ଟରେ ଆୟୋଜିତ ହେଉଛି ।

ଖବର ଅନୁସାରେ, ଇଟାଲିରେ ଏହି G7 ବୈଠକରେ ଭାରତ ସମେତ କନାଡା, ଜାପାନ, ୟୁକ୍ରେନ, ଫ୍ରାନ୍ସ, ଆମେରିକା ଭଳି ବଡ଼ବଡ଼ ରାଷ୍ଟ୍ରମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ୫୦ତମ G7  ସମ୍ମିଳନୀରେ ମୋଦୀ ଇଟାଲି ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲେଚନା କରିବେ । ଏହି ସମ୍ମିଳନୀରେ ଇସ୍ରାଏଲ-ହମାସ ଏବଂ ଋଷ-ୟୁକ୍ରେନ ବିବାଦ ସମେତ ବିଶ୍ୱସ୍ତରୀୟ ସମସ୍ୟା ଉପରେ ଆଲେଚନା ହେବ ।

Get real time updates directly on you device, subscribe now.