fbpx

ଅନ୍ତିମ ଯାତ୍ରାରେ ହୀରାବେନ, ମା’ଙ୍କ କୋକେଇ ଉଠାଇଲେ ମୋଦୀ

Advertisement

ଗାନ୍ଧିନଗର :ଅହମ୍ମଦାବାଦରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଆଙ୍କ ଶେଷ ଦର୍ଶନ କରିଛନ୍ତି । ସେ ବିମାନବନ୍ଦରରୁ ସିଧାସଳଖ ଘର ଅଭିମୁଖେ ଯାତ୍ରା କରିଥିଲେ । ପ୍ରଧାନମନ୍ତ୍ରୀ ନିଜ ସାନ ଭାଇ ପଙ୍କଜ ମୋଦୀଙ୍କ ଘରକୁ ଯାତ୍ରା କରିଥିଲେ । କାରଣ ହସ୍ପିଟାଲରୁ ତାଙ୍କ ମାଆଙ୍କ ପାର୍ଥିବ ଶରୀରକୁ ସାନ ଭାଇଙ୍କ ଘରକୁ ଅଣାଯାଇ ଥିଲା । ବର୍ତ୍ତମାନ ମୋଦୀ ବାସଭବନରେ ଶେଷ ଦର୍ଶନ କରିଛନ୍ତି ମାଆଙ୍କର ଏବଂ ନିଜ କାନ୍ଧରେ କୋକେଇ ଉଠାଇ ଯାତ୍ରା କରୁଛନ୍ତି । ଗାନ୍ଧିନଗର ସେକ୍ଟର ୩୦ରେ ତାଙ୍କ ଅନ୍ତିମ ସଂସ୍କାର ହେବ ।

ଗତ ମଙ୍ଗଳବାର ଦିନ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମାଆ ହୀରାବେନଙ୍କୁ ଅହମ୍ମଦାବାଦର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ମା’ଙ୍କର ଚିକିତ୍ସା କରୁଥିଲେ । ଗତ ବୁଧବାର ଦିନ ସୂଚନା ଆସିଥିଲା ଯେ, ହୀରାବେନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ହେଲେ ଶୁକ୍ରବାର ଦିନ ସକାଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନର ସବୁଠାରୁ ବଡ଼ ଦୁଃଖ ଦାୟକ ହେବ ବୋଲି କିଏ ଜାଣିଥିଲା ।ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଦିଲ୍ଲୀରୁ ଅହମ୍ମଦାବାଦରେ ପହଞ୍ଚି ଥିଲେ ଏବଂ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝାବୁଝି କରିଥିଲେ । ସେ ସେହିଦିନ ଏକ ଘଣ୍ଟାରୁ ଅଧିକ ସମୟ ହସ୍ପିଟାଲରେ ରହିଥିଲେ ଏବଂ ସିଭିଲ ହସ୍ପିଟାଲର ଡାକ୍ତରଙ୍କ ସହ ମଧ୍ୟ କଥା ହୋଇଥିଲେ ।

ତେବେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଦେହାନ୍ତକୁ ନେଇ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକପ୍ରକାଶ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି । ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସିବରାଜ ସିଂ ଚୌହାନ, ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ରାଜନେତା ଗୁଲାମୀ ନବୀ ଆଜାଦଙ୍କ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ ଶୋକ ପ୍ରକାଶ କରିବା ସହ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଟ୍ୱିଟର ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.