fbpx

କାଲି ‘Champion Team’କୁ ଭେଟିବେ ପ୍ରଧାନମନ୍ତ୍ରୀ: ଟ୍ରଫି ଧରି ଭାରତକୁ ଫେରୁଛି ରୋହିତ ସେନା

Advertisement

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଥମିଛି ପ୍ରକୃତିର ତାଣ୍ଡବ । ଝଡ଼ ଶାନ୍ତ ହେବା ପରେ ବିଶ୍ୱକପ ଧରି ଭାରତ ଅଭିମୁଖେ ଫେରୁଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ଟିମ ଇଣ୍ଡିଆ । ସ୍ୱତନ୍ତ୍ର ବିମାନ ଯୋଗେ ଚମ୍ପିଆନ୍ ଦଳ ସ୍ୱଦେଶ ଫେରୁଥିବା ବେଳେ ଆସନ୍ତାକାଲି ରୋହିତ ସେନାକୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଲି ସକାଳ ୬ଟା ସୁଦ୍ଧା ଟିମ ଇଣ୍ଡିଆରେ ଦିଲ୍ଲୀରେ ପହଞ୍ଚିବେ । ଏହାପରେ ଦିନ ୧୧ଟାରେ ମୋଦୀ ଭାରତୀୟ ଦଳକୁ ଭେଟି ଶୁଭେଚ୍ଛା ଜଣାଇବେ । ଏହାପରେ ଚମ୍ପିଆନ୍ ଟିମ ମୁମ୍ବାଇ ଯାତ୍ରା କରିବ ଏବଂ ଏଠାରେ ଟିମ ଇଣ୍ଡିଆର ଭିକ୍ଟ୍ରି ମାର୍ଚ୍ଚ ଅନୁଷ୍ଠିତ ହେବ ।

ସୂଚନା ଅନୁସାରେ, ବାରବାଡୋସରେ ବିଶ୍ୱକପ ପରେ ଏକ ବାତ୍ୟା ଯୋଗୁଁ ଫସି ରହିଥିଲା ଭାରତୀୟ ଦଳ । ଝଡ଼-ତୋଫାନ ଭିତରେ ୪ ଦିନର ଅପେକ୍ଷା ପରେ ବର୍ତ୍ତମାନ ଟିମ ଇଣ୍ଡିଆ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛି । ତେବେ ଆସନ୍ତାକାଲି ସକାଳ ୬ଟାରେ ଭାରତୀୟ ଟିମ୍ ଖେଳାଳି ଏବଂ ସମସ୍ତ ଷ୍ଟାଫ୍ ରାଜଧାନୀ ଦିଲ୍ଲୀରେ ପହଞ୍ଚିବେ । ଏହାପରେ ଏୟାରପୋର୍ଟ ସିଧା ଆଇଟିସି ମୌର୍ଯ୍ୟ ହୋଟେଲକୁ ଯିବ ଟିମ ଇଣ୍ଡିଆ । ତେବେ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ଆବାସରେ ଟିମ ଇଣ୍ଡିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିବ । ମୋଦୀଙ୍କ ସହ ଆଳୋଚନା ପରେ ଟିମ ଇଣ୍ଡିଆ ମୁମ୍ବାଇରେ ବିଜୟ ସେଲିବ୍ରେସନ କରିବ ବୋଲି ଜଣାଯାଇଛି । ନରୀମନ୍ ପଏଣ୍ଟରୁ ୱାନଖେଡ଼େ ଷ୍ଟାଡିୟମ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଭିକ୍ଟ୍ରି ମାର୍ଚ୍ଚ କରିବ ।

ଜୁନ୍ ୨୯ ତାରିଖରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱ ଚମ୍ପିଆନ୍ ପାଲଟିଛି ଟିମ ଇଣ୍ଡିଆ । ଏହାପରେ ସାରା ଭାରତ ଚମ୍ପିଆନ୍ ଟିମକୁ ସ୍ୱାଗତ କରି ଶୁଭେଚ୍ଛ ଜଣାଇବା ପାଇଁ ବ୍ୟଗ୍ର ଥିବା ବେଳେ ପ୍ରାକୃତିକ ଝଡ଼ ଯୋଗୁଁ ବାରବାଡୋସରେ ଫସି ରହିଥିଲା ଟିମ ଇଣ୍ଡିଆ । ତେବେ ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ଆସିବା ପରେ ଏକ ସ୍ୱତନ୍ତ୍ର ବିମାନ ଯେଗେ ସ୍ୱଦେଶ ଯାତ୍ରା ଆରମ୍ଭ କରିଛି ରୋହିତ ସେନା ।

Get real time updates directly on you device, subscribe now.