fbpx

ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଆସିଲା ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ

ଭୁବନେଶ୍ୱର: ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର କାର୍ଯ୍ୟସୂଚୀ ଆସିଛି ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ପରେ ଦିନ ୧୧ଟା ୧୦ରେ ଗାଡ଼କଣ ବସ୍ତି ଯିବେ । ସେଠାରେ ପିଏମ୍ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ସେଠାରେ ୩୦ ମିନିଟ୍ ପର୍ଯ୍ୟନ୍ତ ରହିଲା ପରେ ୧୧ଟା ୫୫ରେ ଜନତା ମଇଦାନରେ ପହଂଚିବେ । ସେଠାରେ ଶୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଦିନ ଗୋଟାଏ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ସହ ୨୮୦୦ କୋଟି ଟଙ୍କା ରେଳ ପ୍ରକଳ୍ପ ସହ ୧ ହଜାର କୋଟିର ଏନଏଚ୍ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ପରେ କାର୍ଯ୍ୟକ୍ରମ ଶେଷ କରି ଦିନ ୧ଟା ୨୦ରେ ଦିଲ୍ଲୀ ଫେରିଯିବେ ।

 

Get real time updates directly on you device, subscribe now.