fbpx

ଚଳିତ ପାର୍ବଣ ଋତୁରେ ‘ଲୋକାଲ୍‍ ଫର ଭୋକାଲ୍‍’ ଆପଣେଇବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଏ-୨୦ରେ ଆଫ୍ରିକୀୟ ସଂଘକୁ ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରିବା ଲାଗି ଏ-୨୦ ନେତୃବୃନ୍ଦଙ୍କୁ ରାଜି କରାଇବାରେ ସକ୍ଷମ ହୋଇ ଭାରତ ନିଜର ନେତୃତ୍ୱ ପ୍ରମାଣିତ କରିଛି ବୋଲି ଆକାଶବାଣୀର ‘ମନ୍‍ କୀ ବାତ୍‍’ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ କହିଛନ୍ତି, ଭାରତ–ମଧ୍ୟପ୍ରାଚ୍ୟ–ୟୁରୋପ ଅର୍ଥନୈତିକ କରିଡର ଏହି ଶିଖର ବୈଠକ ଅବସରରେ ଘୋଷଣା ହୋଇଥିବାରୁ ଆଗାମୀ ୧୦୦ ବର୍ଷ ପାଇଁ ବିଶ୍ୱ ବାଣିଜ୍ୟ ସକାଶେ ଏହା ଆଧାର ହେବ । ଏହି ଅର୍ଥନୈତିକ କରିଡର ଭାରତୀୟ ମାଟିରେ ଆରମ୍ଭ ହୋଇଥିବାରୁ ଇତିହାସ ସବୁଦିନ ପାଇଁ ମନେ ରଖିବ । ପ୍ରଧାନମନ୍ତ୍ରୀ ଏହାକୁ ସିଲ୍‍କ ରୁଟ୍‍ ସହ ତୁଳନାରେ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ଭାରତ ମଣ୍ଡପମ୍‍ରେ ଏ-୨୦ ଶିଖର ବୈଠକ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛି । ସେ କହିଛନ୍ତି, ଏ-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ ସ୍ଥାପନ କାର୍ଯ୍ୟକ୍ରମ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ଲକ୍ଷ ଲକ୍ଷ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ ସଂଯୋଗ ସ୍ଥାପନ କରିବେ । ଆଇଆଇଟି, ଆଇଆଇଏମ୍‍, ଏନ୍‍ଆଇଟି ଓ ଭେଷଜ ମହାବିଦ୍ୟାଳୟ ଭଳି ସମ୍ମାନଜନକ ପ୍ରତିଷ୍ଠାନଗୁଡ଼ିକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଆସନ୍ତା ୨୬ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ବିଶ୍ୱ ଐତିହ୍ୟସ୍ଥଳୀ ସଂଖ୍ୟା ୪୨ରେ ପହଞ୍ଚିଛି । ଅଧିକରୁ ଅଧିକ ଐତିହାସିକ, ସାଂସ୍କୃତିକ ସ୍ଥାନ ବିଶ୍ୱ ଐତିହ୍ୟସ୍ଥଳୀରେ ସ୍ଥାନ ପାଇବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଚନ୍ଦ୍ରଯାନ-୩ର ସଫଳତା ଦେଶର ଆଉ ଏକ ସଫଳତା । ୟୁଟ୍ୟୁବରେ ଇସ୍ରୋର ଚନ୍ଦ୍ରଯାନ ପ୍ରେରଣକୁ ୮୦ ଲକ୍ଷ ଲୋକ ଦେଖିଛନ୍ତି । ଚନ୍ଦ୍ରଯାନ-୩ ମହାକୁଇଜ୍‍ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ୧୫ ଲକ୍ଷ ଲୋକ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ମାଇ ଗଭ୍‍ ପୋର୍ଟାଲରେ କରାଯାଉଛି । ଶ୍ରୀ ମୋଦୀ କହିଛନ୍ତି, ସ୍ୱାଧୀନତାର ଅମୃତ କାଳ ହେଉଛି, ସବୁ ନାଗରିକମାନଙ୍କ ପାଇଁ କର୍ତ୍ତବ୍ୟର ସମୟ ।

ଶ୍ରୀ ମୋଦୀ ଶ୍ରୋତାମାନଙ୍କୁ, ପାର୍ବଣ ଋତୁରେ ‘ଲୋକାଲ୍‍ ଫର୍‍ ଭୋକାଲ୍‍’ ମନ୍ତ୍ରକୁ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଭାରତରେ ତିଆରି ଜିନିଷଗୁଡ଼ିକୁ ଲୋକମାନେ କିଣିବା ଉଚିତ୍‍ ଏବଂ ଭାରତର ତିଆରି ସାମଗ୍ରୀଗୁଡ଼ିକୁ ସେମାନେ ପ୍ରିୟଜନ ମାନଙ୍କୁ ଉପହାର ସ୍ୱରୂପ ଦେବା ଆବଶ୍ୟକ । ନବରାତ୍ରୀ ଦଶହରା ଉପଲକ୍ଷେ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.