Roadies XX ପାଇଁ ୨୦ ଲକ୍ଷ ନେଉଛନ୍ତି ପ୍ରିନ୍ସ! ସ୍ତ୍ରୀ ୟୁଭିକା ବି ଅଛନ୍ତି ସାମିଲ
ୟୁଭିକାଙ୍କ ନାଁ ଶୁଣି ରାଗିଗଲେ ପ୍ରିନ୍ସ । ପ୍ରତିଯୋଗୀଙ୍କୁ ଡାକି କଲେ ମୁକାବିଲା ।
ମୁମ୍ବାଇ: ଏମଟିଭି ରିଆଲିଟି ଶୋ’ ରୋଡିଜ୍ ଏକ୍ସ ଏକ୍ସ ବେଶ୍ ଲୋକପ୍ରିୟ । ଅନେକ ଯୁବପିଢ଼ି ଶୋ’କୁ ଆସିବା ପାଇଁ ବର୍ଷ ତମାମ ପରିଶ୍ରମ କରିବାରେ ଲାଗିଛନ୍ତି । କିନ୍ତୁ ଶୋ’ର ଜଜ୍ ପ୍ରିନ୍ସ ନରୁଲାଙ୍କୁ ନେଇ ଏକ ବଡ଼ କଥା ସାମ୍ନାକୁ ଆସିଛି ।
ରୋଡିଜରେ ସୁଯୋଗ ଦେବା ପାଇଁ ପ୍ରିନ୍ସ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା କଥାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏ କଥା ପ୍ରଥମେ ଶୋ’ର ଅନ୍ୟ ଜଜ୍ ରଣବୀର ଉଠେଇଲେ । ଯାହାପରେ କଥାର ସତ୍ୟାସତ୍ୟ ଜଣାପଡ଼ିଛି ।
କଣ୍ଟେଷ୍ଟାଣ୍ଟଙ୍କଠାରୁ ଟଙ୍କା ନେଇ ପ୍ରିନ୍ସ ପିଲାଙ୍କୁ ସୁଯୋଗ ଦେଉଥିବା କଥାରେ ପ୍ରିନ୍ସ କହିଥିଲେ, ମୋ ଭାଇ ୫ ବର୍ଷ ହେବ ରୋଡିଜ୍ ପାଇଁ ପ୍ରସ୍ତୁତ ହେଉଛି ହେଲେ ତା’ର ସିଲେକ୍ସନ ହୋଇପାର ନାହିଁ । ଗତବର୍ଷ ଶେଷଥର ପାଇଁ ତାଙ୍କ ପାଇଁ ରୋଡିଜ ଅଡିଶନରେ ସିଲେକ୍ସନ ପାଇଁ ପ୍ରୟାସ କରିଥିଲେ ହେଲେ ସଫଳ ହୋଇ ନ ଥିଲେ । ଯାହାପରେ ସେ ଏବେ ପ୍ରସ୍ତୁତି ଛାଡ଼ି ଦେଇଛନ୍ତି ।
କୁଶଧୀର ନାମକ ପ୍ରତିଯୋଗୀ ପ୍ରିନ୍ସଙ୍କ ନାଁରେ ଏ ଅଭିଯୋଗ ଆଣିଥିବାବେଳେ ପ୍ରିନ୍ସ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ମୁଁ ବାହାରୁ ଏ କଥା ଶୁଣିଲି । ୟୁଭିକାଙ୍କ ସହ ମିଶି ପ୍ରିନ୍ସ କଣ୍ଟେଷ୍ଟାଣ୍ଟମାନଙ୍କଠାରୁ ଟଙ୍କା ନେଉଥିବା ଗୁଜବ ସୃଷ୍ଟି ହୋଇଥିବା କୁଶଧୀର ସ୍ୱୀକାର କରିଛନ୍ତି ।