fbpx

ପ୍ରିନ୍ସିପାଲ ପଦର ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ତାରିଖ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରିନ୍ସିପାଲ ପଦର ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ତାରିଖ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ମାର୍ଚ୍ଚ ମାସ ୨୦ ତାରିଖରେ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ହେବ । ପ୍ରାର୍ଥୀମାନେ ଏହି ତାରିଖରେ କଟକର ଡ. ପି.କେ ପରିଜା ରୋଡ଼ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ଉପସ୍ଥିତି ରହିବେ । ସକାଳ ୧୦.୩୦ରେ ୭ ଜଣ ପ୍ରାର୍ଥୀଙ୍କର ଓ ଦିନ ୨.୩୦ରେ ୫ ଜଣ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଏ ବାବଦରେ ଓପିଏସସି ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇ ପାରିବେ ।

Get real time updates directly on you device, subscribe now.