fbpx

କରୋନାରେ ପ୍ରାଣ ହରାଇଲେ କଏଦୀ!

କଟକ, ୧୬/୦୫(ଓଡିଶା ଭାସ୍କର): ରାଜ୍ୟରେ କୋଭିଡ୍ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ କଏଦୀ । ଉକ୍ତ କଏଦୀ ଝାରପଡା ଜେଲ୍ରେ ବିଚାରାଧୀନ ଥିବା ବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଉକ୍ତ କଏଦୀଙ୍କ ନାଁ ତ୍ରିପତି ମହାନ୍ତି ହୋଇଥିବା ବେଳେ ସେ କୋଭିଡ୍ରେ ସଂକ୍ରମିତ ହୋଇ କଟକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏନେଇ ଜେଲ୍ ଡିଆଇଜି ସୂଚନା ଦେଇଛନ୍ତି । ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଝାରପଡା ଜେଲ୍ରେ ସେ ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିଲେ ବୋଲି ସୂଚନା ମିଳିଛି । ତେବେ ଝାରପଡା ଜେଲ୍ରେ ଅନେକ ଗୁଡିଏ କଏଦୀ ରହିଥିବା ସହିତ କ୍ଷମତା ଠାରୁ ଅଧିକ କଏଦୀ ମଧ୍ୟ ରହିଛନ୍ତି । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଜଣେ କୋଭିଡ୍ ସଂକ୍ରମିତ ହେଲେ ଅନ୍ୟ ମାନେ ମଧ୍ୟ ସଂକ୍ରମିତ ହୋଇ ପାରନ୍ତି । ସେ ଦିଗରେ ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

Get real time updates directly on you device, subscribe now.