fbpx

Private Workersଙ୍କୁ ଦେବାକୁ ହେବନି ଟାକ୍ସ! ଏତିକି Salary ପର୍ଯ୍ୟନ୍ତ କର ଛାଡ଼, ହେବ ଦମଦାର ସେଭିଙ୍ଗ

Advertisement

ନୂଆଦିଲ୍ଲୀ: ପାଖେଇ ଆସୁଛି ITR ଭରିବାର ଶେଷ ତାରିଖ । ତେଣୁ ବିଭିନ୍ନ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ଇନଭେଷ୍ଟମେଣ୍ଟ ଡିକ୍ଲାରେସନ୍ ମଧ୍ୟ ମାଗିଛନ୍ତି । ପ୍ରାଇଭେଟ ଚାକିରି କରୁଥିବା କର୍ମଚାରୀମାନଙ୍କ ପାଇଁ ଟାକ୍ସ ସଞ୍ଚୟ କରିବା ଏକ କାଠିକର ପାଠ । ଟାକ୍ସ ସଞ୍ଚୟ କରିବା ପାଇଁ ସରକାରଙ୍କ ତରଫରୁ ନୂଆ ନିୟମ ଲାଗୁ କରିଛନ୍ତି । ତେବେ ଏଥିରେ କୌଣସି ନିବେଶରେ ଟାକ୍ସଛାଡ଼ ମିଳି ନଥାଏ । ୭.୫ ଲକ୍ଷରୁ ଅଧିକ ଦରମା ହେଲେ, କର୍ମଚାରୀଙ୍କ ଟାକ୍ସ ଛାଡ଼ ହୋଇଥାଏ । କିନ୍ତୁ ଗୋଟିଏ ଉପାୟରେ ୧୦ ଲକ୍ଷ ପର୍ଯ୍ୟନ୍ତ ସାଲାରୀ ପାଇଁ ଟାକ୍ସ ଛାଡ଼ ହୋଇପାରିବ ।

ନୂଆ ନିୟମରେ ଅନେକ କିଛି ଜିନିଷରେ କରଛାଡ଼ ହୋଇଥାଏ । ଟ୍ରାଭେଲ, ଟ୍ରାନ୍ସପୋଟ ଏବଂ ଅଫିସ କାମ ଇତ୍ୟାଦି ପାଇଁ କୌଣସି ଆଲାଉନ୍ସ ନେଇଥିଲେ, ଏହା ଉପରେ ମଧ୍ୟ ଟାକ୍ସ କ୍ଲେମ କରାଯାଇପାରେ । ପ୍ରାଇଭେଟ କମ୍ପାନୀ ଏଭଳି କିଛି ଆଲାଉନ୍ସ ଦେଇଥାଏ, ଯେଉଁଥିରେ ଖୁବ ସହଜରେ ଟାକ୍ସ କ୍ଲେମ କେରାଯାଏ । ଇନକ୍ମ ଟାକ୍ସ ନିୟମ ଅନୁସାରେ, ଅଫିସ ଖର୍ଚ୍ଚ ପାଇଁ ମିଳିଥିବା ଆଲାଉନ୍ସକୁ ଟାକ୍ସରୁ ବାଦ୍ ଦିଆଯାଇଛି । ଏଥିରେ ଫୁଏଲ, ମୋବାଇଲ, ବ୍ରଡବ୍ୟାଣ୍ଡ ଇତ୍ୟାଦି ଆଲାଉନ୍ସ ସାମିଲ ରହିଛି । ୱର୍କ ଫ୍ରମ ହୋମ୍ ବନ୍ଦ ହେବା ପରେ ଅଧିକାଂଶ କମ୍ପାନୀ ବ୍ରଡବ୍ୟାଣ୍ଡର ଆଲାଉନ୍ସ ମଧ୍ୟ ବନ୍ଦ କରିଛି । କିନ୍ତୁ ଅଫିସ ଯିବା-ଆସିବା ପାଇଁ ଫୁଏଲ ଆଲାଉନ୍ସ ପ୍ରଦାନ କରୁଛି କମ୍ପାନୀ । ତେବେ ଯଦି କର୍ମଚାରୀଙ୍କ ପାଖରେ କାର୍ କିମ୍ବା ବାଇକ ଅଛି, ତେବେ ସେମାନେ ଏହାର କ୍ଲେମ କରିପାରିବେ ।

ସାଦାରଣତଃ ପ୍ରାଇଭେଟ ଏବଂ MNCରେ କର୍ମଚାରୀଙ୍କ ଦରମାର ଏକ ଅଂଶ ଫୁଏଲ ରିଇମ୍ବର୍ସମେଣ୍ଟ ମଧ୍ୟ ରହିଥାଏ । ଏ ନେଇ ନିଜ ଏଚଆରଙ୍କ ସହ ଆଲୋଚନା କରିପାରିବେ । ଯଦି ଆପଣଙ୍କ କମ୍ପାନୀରେ ମଧ୍ୟ ଏଭଳି ପଲିସି ରହିଛି, ତେବେ ଏଚଆର ଦରମାକୁ ରିଭାଇଜ କରିପାରିବେ ଏବଂ ଏହାର ଏକ ବଡ଼ ଆମାଉଣ୍ଟ ଫୁଏଲ ଆଲାଉନ୍ସରେ ସାମିଲ କରିପାରନ୍ତି । ଏହି ଟଙ୍କାରେ ଜଣେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଟାକ୍ସ ଛାଡ଼ ହୋଇଥାଏ । ଏହାବ୍ୟତୀତ କମ୍ପାନୀ ତରଫରୁ ମଧ୍ୟ କୌଣସି ଟିଡିଏସ କାଟିପାରିବେ ନାହିଁ ।

ତେବେ ଏଥିପାଇଁ ପ୍ରତ୍ୟେକ କମ୍ପାନୀର ଭିନ୍ନ ଭିନ୍ନ ଲିମିଟ ରହିଥାଏ । କିନ୍ତୁ ପ୍ରାୟତଃ କାରରେ ଯାତାୟତ କରୁଥିବା କର୍ମଚାରୀଙ୍କୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଫୁଏଲ ଆଲାଉନ୍ସ ମିଳିଥାଏ । ଏହା ବାର୍ଷିକ ୨.୪୦ ଲକ୍ଷ ଟଙ୍କା ହୋଇଯିବ । ତେବେ ଜଣେ କର୍ମଚାରୀଙ୍କ ଦରମା(Cash in Hand) ୧୦ ଲକ୍ଷ ହୋଇଥିଲେ, ଫୁଏଲ ଆଲାଉନ୍ସ ବ୍ୟତୀତ ତାଙ୍କ ଦରମା ୭.୫ ଲକ୍ଷରୁ ବି କମ୍ ହୋଇଯାଏ । ଏମିତି ହେଲେ ନୂଆ ଟାକ୍ସ ନିୟମ ଅନୁସାରେ, କର୍ମଚାରୀଙ୍କୁ ଟାକ୍ସ ରେକର୍ଡରୁ ବାଦ୍ ପଡ଼ିପାରନ୍ତି ।

Get real time updates directly on you device, subscribe now.