fbpx

ଝିଅଙ୍କ ସୁରକ୍ଷାକୁ ନେଇ ଆଲୋଚନା କଲେ ପ୍ରିୟଙ୍କା ଚୋପ୍ରା

ଲକ୍ଷ୍ନୌ: ପ୍ରିୟଙ୍କା ଚୋପ୍ରା ଲକ୍ଷ୍ନୌରେ ପହଁଚିଛନ୍ତି । ବଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରା କିଛିଦିନ ହେବ ଆମେରିକାରେ ରହୁଛନ୍ତି । ବର୍ତ୍ତମାନ ତାଙ୍କର ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ସେ ଲକ୍ଷ୍ନୌରେ ପହଁଚିଛନ୍ତି । ପ୍ରକୃତରେ ପ୍ରିୟଙ୍କାଙ୍କ ପିଲାଦିନଲକ୍ଷ୍ନୌରେ କଟିଥିଲା ।ଏହାସହ ସେ ଝିଅ ମାନଙ୍କ ସୁବିଧା ଅସୁବିଧା ଉପରେ ଆଲୋଚନା କରିଛନ୍ତି । ପ୍ରିୟଙ୍କା ସେଠାରେ ପହଁଚି କହିଛନ୍ତି ଲକ୍ଷ୍ନୌ ହେଉଛି ମୋ ପରିବାର । ନିଜେ ପଢିଥିବା ସ୍କୁଲକୁ ମଧ୍ୟ ସେ ବୁଲିବାକୁ ଯାଇଥିଲେ ।

ସେଠାରେ ସେ ନିଜ ବିଦ୍ୟାଳୟରେ ବିତାଇଥିବା ସ୍ମୃତି କଥା ମନେପକାଇଛନ୍ତି । ସେହିପରି ଲକ୍ଷ୍ନୌରେ ମହିଳା ଏବଂ ଶିଶୁ ମାନଙ୍କ ପାଇଁ କଣ କଣ ସୁବିଧା ହୋଇଛି ତାହା ସେ ଜାଣିବାକୁ ଚେଷ୍ଟା କରିଥିଲେ । ଲକ୍ଷ୍ନୌର ପ୍ରଯୁକ୍ତିବିଦ୍ୟା କେତେ ବଦଳିଛି ତାହା ମଧ୍ୟ ସେ ଦେଖିବାକୁ ଚାହିଁଥିଲେ । ତେବେ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମର ଏକ ଭିଡିଓରେ କହିଛନ୍ତି ଯେ, ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଭେଦଭାବକୁ ରୋକିବା ପାଇଁ ୟୁନିସେଫ ତରଫରୁ ପଦକ୍ଷେପ ନିଆଯାଉଛି ।

ତେଣୁ ପ୍ରିୟଙ୍କା ଚୋପ୍ରା ଏହି ସଂଗଠନରେ ମିଶି ନାରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ସମାଧାନ କରିବା ପାଇଁ ସେ ଭିଡିଓରେ କହିଛନ୍ତି । କାରଣ ମହିଳାମାନେ ହେଉଛନ୍ତି ଏକ ସୁସମାଜ ଗଢିବାର ଚାବିକାଠି । ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ୟୁନିସେଫ ବ୍ରାଣ୍ଡର ରାଷ୍ଟ୍ରଦୂତ । ସେଥିପାଇଁ ସେ ଲକ୍ଷ୍ନୌର ସମସ୍ୟା ଗୁଡିକ ଉପରେ ଜାଣିବା ପାଇଁ ୟୁନିସେଫ ଟିମ ସହ ଲକ୍ଷ୍ନୌ ଭ୍ରମଣ କରିଥିଲେ ।

Get real time updates directly on you device, subscribe now.