fbpx
BSKY SKY
BSKY SKY

ଖ୍ରୀଷ୍ଟମାସ ପାର୍ଟିରୁ ପ୍ରିୟଙ୍କା ସେୟାର କଲେ ନିକ୍‌ଙ୍କ ସହ ରୋମାଣ୍ଟିକ ଫଟୋ, ସାମ୍ନାକୁ ଆସିଲା ମାଳତୀର କ୍ୟୁଟନେସ୍‌

BSKY

ଲିଉଡ୍ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିିଭ୍ ରହିଥାନ୍ତି । ସେ ନିଜର ଓ ନିଜ ପରିବାରର ଫଟୋ ଫ୍ୟାନ୍ସଙ୍କ ସହ ସେୟାର କରିଥାନ୍ତି । ଏବେ ପ୍ରିୟଙ୍କା ଚୋପ୍ରା କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ସେ ସ୍ୱାମୀ ନିକ୍ ଜୋନସ୍ ଓ କନ୍ୟା ମାଳତୀଙ୍କ ସହ ଖ୍ରୀଷ୍ଟମାସ ସେଲିବ୍ରେସନର ମଜା ଉଠାଉଥିବା ନଜର ଆସୁଛନ୍ତି । ଏକ ଫଟୋରେ ପ୍ରିୟଙ୍କା ନିକ୍‌ଙ୍କ ସହ ରୋମାଣ୍ଟିକ ହେଉଥିବାର ନଜର ଆସିଛନ୍ତି । ସେହିପରି ଅନ୍ୟ ଏକ ଫଟୋରେ ମାଳତୀର କ୍ୟୁଟନେସ୍ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।

 

View this post on Instagram

 

A post shared by Priyanka (@priyankachopra)

ପ୍ରିୟଙ୍କା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ସେ ଖ୍ରୀଷ୍ଟମାସ ଡିନରର ଝଲକ ଦେଖାଇଛନ୍ତି । ପ୍ରଥମ ଫଟୋରେ ସେ ନିକଙ୍କ କୋଳରେ ବସିଥିବାର ନଜର ଆସୁଛନ୍ତି । ଏହି ସମୟରେ ପ୍ରିୟଙ୍କା ଧଳା ରଙ୍ଗର କୋଟ୍ ପ୍ୟାଣ୍ଟ ପିନ୍ଧିଛନ୍ତି । ସେହିପରି ନିକ୍ ବ୍ଲାକ୍ ବ୍ଲେଜରରେ ବେଶ୍ ଡ୍ୟାଶିଂ ନଜର ଆସୁଛନ୍ତି । ନିକ୍ ଓ ପ୍ରିୟଙ୍କାଙ୍କ ଏହି କ୍ୟୁଟ୍ ମୁମ୍‌ମେଣ୍ଟକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି ।
ଅନ୍ୟ ଏକ ଫଟୋରେ ସେ ଟେବୁଲ ଉପରେ ରଖାଯାଇଥିବା ମାଳତୀର ଟୟ କାର୍‌ର ଝଲକ ଦେଖାଇଛନ୍ତି । ଅନ୍ୟ ଏକ ଫଟୋରେ ମାଳତୀ ନିଜର ଟୟ କାର୍ ଓ ଝୁଲାରେ ବସିଥିବାର ନଜର ଆସୁଛି । ଏହି ସମସ୍ତ ଫଟୋରେ ପ୍ରିୟଙ୍କାଙ୍କ କନ୍ୟା ମାଳତୀ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ।

Get real time updates directly on you device, subscribe now.